Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪୮୨ଟି ପ୍ରକଳ୍ପ ପାଇଁ ୨୬ ଲକ୍ଷ ୭୫ ହଜାର ୧୯୧ ଟି ଗଛ କଟାଯାଇଛି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୪୮୨ଟି ପ୍ରକଳ୍ପ ପାଇଁ ୨୬ ଲକ୍ଷ ୭୫ ହଜାର ୧୯୧ ଟି ଗଛ କଟାଯାଇଛି

ଅର୍ଗସ ବ୍ୟୁରୋ:  ପ୍ରକଳ୍ପ ପାଇଁ ବଳିପଡୁଛି ଗଛ । ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ ୨୬ ଲକ୍ଷ ୭୫ ହଜାର ୧୯୧ ଟି ଗଛ କଟାଯାଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ଖଣି ଖନନ ପାଇଁ ୯ ଲକ୍ଷ ୬୪ ହଜାର ୬୩ ଗଛ, ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ୯୯ ହଜାର ୬୯୦ ଗଛ, ଜଳସେଚନ ପାଇଁ ୪ ଲକ୍ଷ ୮୯ ହଜାର ୪୨୩ ଗଛ, ରେଳପଥ ନିର୍ମାଣ ପାଇଁ ୮୨ ହଜାର ୭୬ ଗଛ କଟା ଯାଇଛି । ବିଦ୍ୟୁତ ସରବରାହ ପାଇଁ ୧୩ ଲକ୍ଷ ୯ ହଜାର ୪୩୯ ଗଛ  ଓ ଶିଳ୍ପ ପାଇଁ ୩ ଲକ୍ଷ ୭୫୯ ଗଛ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୯୯ ହଜାର ୭୪୧ ଗଛ କଟା ଯାଇଥିବା ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored