୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ
·2 years ago·1 min read

କଟକ : କଟକରୁ ଜବତ ହେଲା ବ୍ରାଉନ ସୁଗାର ।257 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 26 ଲକ୍ଷ ଟଙ୍କା ହେବ। ବ୍ରାଉନ ସୁଗାର କାରବାର କରୁ ଥିବା ଦୁଇ ଜଣ ବେପାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଦୁଇ ଲକ୍ଷ ଟଙ୍କା ଗୋଟିଏ ସ୍କରପିଓ ଗାଡି ଜବତ ହୋଇଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ମୁର୍ସିଦାବାଦ ର ଇଶ୍ୱର ମାହାରା ଓ ବୁଧୁ ରାୟ ।
ଅଧିକ ପଢନ୍ତୁ : କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର
ଏହି ଦୁଇ ନିଶା ବେପାରୀ ମୁର୍ସିଦାବାଦ ରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ୱର ଖୋର୍ଦ୍ଧା ରେ ବିକ୍ରି କରିଥାନ୍ତେ ।ତେବେ ଏହା ପୂର୍ବରୁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ବଡି ବୋହୁରୁ କଟକ କାଳିଆ ବୋଦା ନିକଟରେ ଛକି ରହିଥିଲା। ଗାଡି ଅଟକାଇ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ 26 ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ସୂଚନା ଦେଇଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: