Videos
|
Odisha

ଦୁବାଇରେ ଫସିଛନ୍ତି ୨୭ରୁ ୨୮ ଶ୍ରମିକ, ଓଡିଶା ଫେରାଇ ଆଣିବାକୁ ନିବେଦନ

Banajyotshna Ray
Browse all articles by Banajyotshna Ray
·2 years ago
ଦୁବାଇରେ ଫସିଛନ୍ତି ୨୭ରୁ ୨୮ ଶ୍ରମିକ, ଓଡିଶା ଫେରାଇ ଆଣିବାକୁ ନିବେଦନ

ଅର୍ଗସ ବ୍ୟୁରୋ: ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ । କେନ୍ଦ୍ରାପଡ଼ା ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର 27ରୁ 28 ଜଣ ଶ୍ରମିକ ଦୁବାଇରେ କାମ କରିବାକୁ ଯାଇ ଫସିଥିବା ସୂଚନା ମିଳିଛି । ଜବରଅଲିରେ ଥିବା ଇଂଜିନିୟରିଙ୍ଗ କମ୍ପାନୀରେ ସମସ୍ତେ କାମ କରୁଛନ୍ତି ।  10 ଘଣ୍ଟା କାମ କରାଇ 8 ଘଣ୍ଟାର ପଇସା ଦେଉଛି କମ୍ପାନୀ । କିଛିଦିନ ତଳେ ଭଦ୍ରକର ସନାତନ ପରିଡାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିଲା । ଏବେବି ସେଠାରେ ତାଙ୍କର ମୃତଦେହ ପଡି ରହିଛି । ଓଡିଶାକୁ ମୃତଦେହ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।  ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବା ପାଇଁ ଶ୍ରମିକମାନେ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
27 to 28 workers are trapped in Dubai | Argus News