Elephant Attack / ୨୮ ଟିକିଆ ହାତୀପଲଙ୍କ ଉତ୍ପାତ, ସକାଳୁ ନେଇଗଲା ଜଣଙ୍କ ଜୀବନ
·9 months ago·2 min read

Key Points
ହାତୀ ଆକ୍ରମଣରେ ଗଲା ଯୁବକଙ୍କ ଜୀବନ
ମୃତ ଯୁବକ ସୁକ୍ରୁଳି ବ୍ଳକ ଜାମଦାପାଳ ଗାଁର ଜୁନା ନାଏକ
କରଞ୍ଜିଆରେ ବନଖଣ୍ଡରେ ୨୮ଟିକିଆ ହାତୀପଲଙ୍କ ଉତ୍ପାତ

ଶନିବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ସୁକ୍ରୁଳି ବ୍ଳକ ଅନ୍ତର୍ଗତ ଜାମଦାପାଳ ଗ୍ରାମର ଜୁନା ନାଏକ । ଗତ କିଛି ଦିନ ଧରି କରଞ୍ଜିଆ ବନଖଣ୍ଡରେ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି । ଜୁନା ପାର୍ବତୀପୁର ଆମ୍ବ ବାଗାନରେ 28 ଟିକିଆ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଆହତ ଜୁନାକୁ ବନବିଭାଗ ଉଦ୍ଧାର କରି ପ୍ରଥମେ ସୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି।
ପରିବାର ଲୋକଙ୍କ କହିବା କଥା କି, ସକାଳୁ ସକାଳୁ ଜୁନା ଜଙ୍ଗଲକୁ ଯାଉଥିଲେ, ଯାହା ଫଳରେ ହାତୀ ହାବୁଡରେ ପଡିଯାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ଦୌଡିବାକୁ ଚେଷ୍ଟା କରୁଥିଲେ ବି ସେ ବଞ୍ଚିପାରିନଥିଲେ। ହନ୍ତା ହାତୀ ତାଙ୍କୁ ଟେକି କଚାଡି ଦେଇଛି। ଏଖବର ଗାଁ ଲୋକଙ୍କୁ ଭୟଭୀତ କରିଛି। ଏଘଟଣାକୁ ନେଇ ତତ୍ପରତା ପ୍ରକାଶ କରିଛି ବନବିଭାଗ। ଶୀଘ୍ର ହାତୀ ପଲଙ୍କୁ ଗାଁରୁ ଘଉଡେିବାକୁ କରୁଛି ଚେଷ୍ଟା। ଏପରି ଘଟଣଶ କେବଳ ଯେ ଆଜି ଘଟିଛି ତାହା ନୁହେଁ, ଗତ କିଛି ଦିନ ହେବ ବାରମ୍ୱାର ଏପରି ଘଟଣା ଘଟୁଥିବା ଏବଂ ଅନେକଙ୍କ ଜୀବନ ଯାଉଥିବା ସାମ୍ନାକୁ ଆସିଛି।
ଏଥିସହ ପଢ଼ନ୍ତୁ: ଦନ୍ତା ହାତୀ ଆକ୍ରମଣରେ ୨ ମୃତ, ଜଣେ ମହିଳା ଗୁରୁତର
ସୂଚନାନୁସାରେ, ଗୁରୁବାର ସକାଳୁ ଏକ ଦଳ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତ ଵୃଦ୍ଧ ଜଣକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଓ ବୁଢାପାଳ ପୁଲିସ ବିଟ ଅଧିନ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହିରୀ ବୋଲି ଚି଼ହ୍ନଟ ହୋଇଥିବା ବେଳେ ଗୁରୁତର ହୋଇ ଛେଣ୍ଡିପଡା ଡାକ୍ତରଖାନା ଯାଇଥିବା ମହିଳା ଜଣକ ରଜନୀ ବେହେରା ବୋଲି ଜଣାପଡିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଗୋଠଛଡା ଦନ୍ତା ହାତୀ ର ଉପଦ୍ରଵ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଦେବଗଡ଼ ରିଆମାଳ ରେଞ୍ଜ ଜୁରାଡ଼ଙ୍ଗା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସକାଳୁ ଜୁରଡ଼ଙ୍ଗା ଗ୍ରାମର ବୃଦ୍ଧା ଜଣକ ସକାଳୁ ଶୌଚ ପାଇଁ ଯାଉଥିବା ସମୟରେ ହଠାତ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା ।
ପୂର୍ବରୁ ମଧ୍ୟ କେନ୍ଦୁଝର ତେଲକୋଇ ରେଞ୍ଜ ବାଘମୁଣ୍ଡା ଧାନକ୍ଷେତରେ ୩୯ ଟିକିଆ ହାତୀପଲଙ୍କୁ ଘଉଡ଼ାଉଥିବା ବେଳେ ହାତୀ ଆକ୍ରମଣରେ ରୁଗୁଡିହ ଗାଁର ଚକ୍ରଧର ମହାରଣା ମୃତ । ସୂଚନାନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଯାଉଛି ଅନେକଙ୍କ ଜୀବନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories