Videos
|
Odisha

ରାଜ୍ୟରେ ନିଯୁକ୍ତି ପାଇବେ ୨୮,୪୩୯ ଶିକ୍ଷକ , ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଜ୍ୟରେ ନିଯୁକ୍ତି ପାଇବେ ୨୮,୪୩୯ ଶିକ୍ଷକ , ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରାଜ୍ୟରେ ନିଯୁକ୍ତି ପାଇବେ ୨୮,୪୩୯ ଶିକ୍ଷକ। ଆଗାମୀ ଦିନରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେଡି ସରକାରରେ ବନ୍ଦ ହୋଇଥିବା ୫୬୩୩ ସ୍କୁଲ ବନ୍ଦ ମାମଲା କୋର୍ଟରେ ବିଚାରାଧୀନ ଅଛି। କୋର୍ଟ ରାୟ ଆସିବା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯିବ। ପ୍ରତି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯିବ।  

ଅଧିକ ପଢନ୍ତୁ : ସେପ୍ଟେମ୍ବରରୁ ମୋହନ ସରକାରଙ୍କ ନିଯୁକ୍ତି ମେଳା

ମଧ୍ୟାହ୍ନ ଭୋଜନ ଟଙ୍କା ବୃଦ୍ଧିକୁ ନେଇ ମୋହନ ସରକାର ଚିନ୍ତିତ ଅଛନ୍ତି । ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନ ଟଙ୍କା ଅଧିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ଆମ ସରକାରଙ୍କ ପ୍ରାଥମିକତା ।  ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ୧୬୦୦ ନୂଆ ହଷ୍ଟେଲ  ପ୍ରତିଷ୍ଠାଂ କରାଯିବ।  ପ୍ରତି ହଷ୍ଟେଲ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ  କରାଯିବ ବୋଲି କହିଛନ୍ତି  ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: