Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩  ଗିରଫ 

Odisha

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩  ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩  ଗିରଫ 

କନ୍ଧମାଳ : ଜଙ୍ଗଲରେ ନିଆଁ ଲଗାଇ  ଜୀବଜନ୍ତୁ ଶିକାର ଓ ପୋଡ଼ୁ ଚାଷ ପାଇଁ ନିଆଁ ଲଗାଉଥିବା ବେଳେ ଦାରିଙ୍ଗବାଡ଼ି ବନବିଭାଗ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ,ଏନେଇ ACF ପ୍ରଫୁଲ୍ଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି l ସୂଚନା ମୁତାବକ  ଦାରିଙ୍ଗବାଡ଼ି ବନାଞ୍ଚଳ  ଅନ୍ତର୍ଗତ ବୁଡ଼ାଗୁଡ଼ା ସେକ୍ସନ ର  ଋତୁଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିବା ନେଇ  ସ୍ୟାଟେଲାଇଟ ମାଧ୍ୟମରେ ସୂଚନା ପାଇ  ବନ ବିଭାଗ କର୍ମଚାରୀ  ମାନେ ନିଆଁ ଲିଭାଇବା ପାଇଁ ଯାଇଥିଲେ।

ସେହି ସମୟରେ  ଜଙ୍ଗଲ ମଧ୍ୟରୁ ୩ଜଣ ଦୁର୍ବୃତ୍ତଙ୍କୁ ବନ ବିଭାଗ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ l ୩ଜଣ ଦୁର୍ବୃତ୍ତ ଙ୍କ ଠାରୁ ଗୋଟିଏ  ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ଦିଆସିଲି ସମେତ ଦୁଇଟି ମୋବାଇଲ ଟର୍ଚ୍ଚ ଲାଇଟ ଆଦି ଜବତ କରାଯାଇଛି ।  ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ, ରାଜେଶ ପ୍ରଧାନ ଓ କୁନ୍ଦୁପାଙ୍ଗା ଗ୍ରାମର ଅକ୍ଷୟ ପ୍ରଧାନ l ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ତଥା ACF ସତୀଶ କୁମାର ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ l  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 arrested for setting fire in the forest | Argus News