Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋରମ ଖାଦାନରେ ବୁଡି 3 ଶିଶୁ ମୃତ

Odisha

ମୋରମ ଖାଦାନରେ ବୁଡି 3 ଶିଶୁ ମୃତ

Smruti Parija
Browse all articles by Smruti Parija
·1 year ago·1 min read
ମୋରମ ଖାଦାନରେ ବୁଡି 3 ଶିଶୁ ମୃତ

କେନ୍ଦୁଝର: ବେଆଇନ ମୋରମ ଖାଦାନ ହେଲା କାଳ । ଖାଦାନରେ ବୁଡ଼ି ଚାଲିଗଲା 3 ଶିଶୁଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଆତୁରିକଣା ଗାଁରେ ଏଭଳି ଅଘଟଣ ଘଟିଛି ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଅବହେଳାକୁ ଲୁଚାଇବାକୁ କଳିକା କେନ୍ଦ୍ର କର୍ମଚାରୀ ଓ ଅଧିକାରୀ ଦୋଷ ଖସାଇ ଦେଉଥିବା ଅଭିଯୋଗ ହୋଇଛି । 

ସ୍ଥାନୀୟ କଳିକା କେନ୍ଦ୍ରରେ ବାପା ମାଆ ପିଲାମାନଙ୍କୁ ଛାଡ଼ି ଯାଇଥିଲେ । ଏହି କେନ୍ଦ୍ରଠାରୁ ମାତ୍ର 50 ମିଟର ଦୂରରେ ଏକ ବେଆଇନ ମୋରମ ଖାଦାନ ରହିଛି । 3 ନାବାଳିକା ଖଣି ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ପ୍ରାୟ ଦଶ ଫୁଟ ଗଭୀର ପାଣିରେ ବୁଡ଼ିଯାଇଥିଲେ ।  କଳିକା କେନ୍ଦ୍ରର ଅବହେଳାକୁ ପରିବାର ଲୋକେ ଦାୟୀ କରିଛନ୍ତି । ଅଘଟଣ ପରେ ଚେତିଛି ପ୍ରଶାସନ । 

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଶିଶୁମଙ୍ଗଳ ଅଧିକାରୀ, ତହସିଲଦାର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବେଆଇନ ମୋରମ ଖଣି ଯୋଗୁ ପ୍ରତିବର୍ଷ ବର୍ଷା ଦିନେ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
3 children drowned in Moram Khadan | Argus News