ପୁରୀ ବାଣ ଟ୍ରାଜେଡିରେ 3 ମୃତ, ଚିକିତ୍ସାଧୀନ ଅଛନ୍ତି 15ରୁ ଅଧିକ ଗୁରୁତର

ପୁରୀ: ପୁରୀ ବାଣ ଟ୍ରାଜେଡିରେ 3 ମୃତ, ଚିକିତ୍ସାଧୀନ ଅଛନ୍ତି 15ରୁ ଅଧିକ ଗୁରୁତର । ମାନିଲେ ମୁଖ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବ । ଖାମଖିଆଲିରୁ ଦୁର୍ଘଟଣା, ସ୍ବାସ୍ଥ୍ୟସେବା ଅବ୍ୟବସ୍ଥା ଯୋଗୁଁ ବଢ଼ିଲା ଆହତଙ୍କ ଦୁର୍ଦ୍ଦଶା । ସାମ୍ନାକୁ ଆସିଲା 25 ବର୍ଷର ସରକାରର ଅପାରଗତା । ବିଜେଡି ସରକାରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା । ଧରାପଡ଼ିଲା ଡିଣ୍ଡିମ ପିଟୁଥିବା, ମିଛ କହୁଥିବା ସରକାରର ନଗ୍ନ ଚେହେରା । ବୁଧବାର ସଂଧ୍ୟାରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଥିଲା ମହାପ୍ରଭୁଙ୍କ ଭଉଁରୀ ଖେଳ। କିନ୍ତୁ ପ୍ରଶାସନର ଅବହେଳା, ଅସାବଧାନତା ଖାମଖିଆଲିରୁ ଘଟିଲା ଭୟଙ୍କର ଦୁର୍ଘଟଣା। ଫୁଟିଲା ବାଣ, ଆଉ ଜଳିଗଲେ ଲୋକେ। ଆଶୁ ଚିକିତ୍ସା ପାଇଁ ଆହତ ମାନଙ୍କୁ ତୁରନ୍ତ ନିଆଗଲା ପୁରୀ ସଦର ଡାକ୍ତରଖାନା ତ ସେଠାରେ ଯେଉଁ ସ୍ଥିତି ତାହା ଆହୁରି ଦୁର୍ଭାଗ୍ୟଜନକ। ଡାକ୍ତରଖାନାରେ ନାଁ ଅଛି ବର୍ଣ୍ଣ ୟୁନିଟ୍ ନା ଅଛନ୍ତି ଆବଶ୍ୟକ ସଂଖ୍ୟାରେ ଡାକ୍ତର । ଡାକ୍ତରଖାନାରେ ଷ୍ଟ୍ରେଚର ବି ଅଭାବ। କିଛି ଉପାୟ ନ ଥିଲା, ଗୁରୁତର ଅବସ୍ଥାରେ ବହୁ ସଂଖ୍ୟାରେ ଆହତଙ୍କୁ ଭୁବନେଶ୍ବର ଏମ୍ସ ସମେତ କେତେକ ଘରୋଇ ହସ୍ପିଟାଲ ଏବଂ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି 15ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି। ପୁଣି ପୁରୀ ସଦର ଡାକ୍ତରଖାନାରେ ଅବ୍ୟବସ୍ଥା ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାର ପୋଲ୍ ଖୋଲିଦେଇଛି । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ସଦର ଡାକ୍ତରଖାନାରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଉ କହିଛନ୍ତି ଏହି ଘଟଣାରୁ ଶିକ୍ଷା ମିଳିଛି ।
ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଏ ବୟାନ ଯେତିକି ଦୁର୍ଭାଗ୍ୟଜନକ ସେତିକି ଚିନ୍ତାଜନକ । 25 ବର୍ଷ ଧରି ଶାସନ ଗାଦିରେ ବସିଥିବା ଗୋଟିଏ ସରକାର ଚିକିତ୍ସା ବ୍ୟବସ୍ଥା ଯୋଗାଇବାରେ ବିଫଳ । ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲିରୁ ଦୁର୍ଘଟଣା ଘଟିଲା, ଆଉ ସ୍ବାସ୍ଥ୍ୟସେବା ଅବ୍ୟବସ୍ଥା ଯୋଗୁଁ ବଢ଼ିଲା ଆହତଙ୍କ ଦୁର୍ଦ୍ଦଶା। ପୁଣି ପୁରୀ ଭଳି ବିଶ୍ବସ୍ତରୀୟ ସହରରେ ସ୍ବାସ୍ଥ୍ୟ ସେବାର ଏ ବିକଳ ଚିତ୍ର ମିଛ ପ୍ରଚାର କରୁଥିବା ବିଜେଡି ସରକାରର ନଗ୍ନ ଚେହେରା ସାମ୍ନାକୁ ଆଣିଛି। ଏ ନେଇ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ପୁରୀ ପୋଲିସ। ଏସପି କହୁଛନ୍ତି ବାଣ ଫୁଟାଇବା ବେଆଇନ । ଆଉ ଜିଲ୍ଲାପାଳଙ୍କ କହିବା କଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ପାଇଁ ହୋଇନଥିଲା କୌଣସି ଆୟୋଜନ । କାହିଁକି ଘଟିଲା ଏତେ ବଡ଼ ଦୁର୍ଘଟଣା । ଏ ନେଇ ପୁରୀ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ଜିଲ୍ଲାପାଳ ପ୍ରଶାସନକୁ କ୍ଲିନଚିଟ୍ ଦେଇଥିବାବେଳେ ପୁରୀବାସୀଙ୍କ ଅଭିଯୋଗ ପ୍ରତିବର୍ଷ ଭଉଁରୀ ଉତ୍ସବରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହିଁ ବାଣ ଫୁଟାଯାଏ। ଗୋଟିଏ ପଟେ ବାଣ ଫୁଟାକୁ ନେଇ ଅସାବଧାନତା ଅନ୍ୟପଟେ ଚିକିତ୍ସା ଅବ୍ୟବସ୍ଥା। ସବୁ ପ୍ରସଙ୍ଗରେ ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅପାରଗତା।
ଅଧିକ ପଢନ୍ତୁ ଓଡିଶା ଖବର