ଘର ବାହାରେ ଶୋଇଥିଲେ, ଦଳି ଦେଲା ଦନ୍ତା
·2 years ago

ଅର୍ଗସ ବ୍ୟୁରୋ: ଘର ବାହାରେ ଶୋଇଥିବା ବେଳେ ତିନି ଜଣଙ୍କୁ ଦଳି ମାରିଲା ଦନ୍ତା । ବରଗଡ଼ ପାଇକମାଳ ରେଞ୍ଜ ସଲଡିହିଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ ଛୁଆ ଓ ମାର ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଗାଁର ବିପିନ ବରିହାଙ୍କ ସ୍ତ୍ରୀ ପାନ ବରିହା, ନାବାଳିକା ଝିଅ ଓ ତିନି ବର୍ଷୀୟ ଶିଶୁ ଦଳି ଦେଇଛି ହାତୀ । ବିପିନ ବରିହା ଓ ତାଙ୍କ ସାତ ବର୍ଷୀୟା ନାବାଳକ ପୁଅ ମଣ୍ଟୁ ବରିହା ଆହତ ହୋଇଛନ୍ତି । ଏକବର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାସହ ଗ୍ରାମବାସୀ ଭୟଭୀତ ଅଛନ୍ତି। ଗାଁରେ ପସି ଲୋକଙ୍କୁ ଦଳି ଚକଟି ମାରୁଛି ଦନ୍ତା। ବାରମ୍ୱାର ଏଭଳି ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ଯଥାଶୀଘ୍ର ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: