ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା , ନିଲମ୍ବିତ ହେଲେ ୩ ବନ କର୍ମଚାରୀ
·1 year ago

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା । ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ । ୩ କ୍ଷେତ୍ର ବନ କର୍ମଚାରୀ ହେଲେ ନିଲମ୍ବିତ । ଦୁଇ ବରିଷ୍ଠ ବନ ଅଧିକାରୀ- ରେଢାଖୋଲ DFO ଓ ନାକଟିଦେଉଳ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ କରାଯାଇଛି ସୁପାରିସ ।
ଅନ୍ୟ ପକ୍ଷରେ ଚିହ୍ନଟ ୪ ଶିକାରୀଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ, ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ପୋଲିସ ସହାୟତାରେ ଖୋଜୁଛି ବନ ବିଭାଗ । ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ଶିକାରୀଙ୍କ ଦ୍ବାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ଜୀବନ ଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: