Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମର୍ମନ୍ତୁଦ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ 3 ଶ୍ରମିକ ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ମର୍ମନ୍ତୁଦ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ 3 ଶ୍ରମିକ ମୃତ

ଅର୍ଗସ ବ୍ୟୁରୋ:  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ।  ହାଇଓ୍ବା ଧକ୍କାରେ 3 ଶ୍ରମିକ ମୃତ ।  କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ରାଜା ମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂରରେ ଜାତୀୟ ରାଜପଥ ଉପରେ  ଏକ ସ୍ଥାନରେ ରାସ୍ତା ଦବି ଯାଇଥିଲା । ରାସ୍ତା ମରାମତି କରୁଥିବାବେଳେ ଏହି ଅଘଟଣ ଘଟିଥିଲା । ଗତକାଲି ରାତିରୁ ରାସ୍ତାରୋକ ଜାରି ରହିଛି । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବଣାଇ ବିଧାୟକ ଘଟଣାସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 farmers died in accident | Argus News