ରାଜ୍ୟର ୩ ବନାଞ୍ଚଳ ଏବେ ମହାବଳଙ୍କ ନୂଆ ଠିକଣା
·2 years ago

ଅର୍ଗସ ବ୍ୟୁରୋ: ରାଜ୍ୟର ୩ ବନାଞ୍ଚଳ ଏବେ ମହାବଳଙ୍କ ନୂଆ ଠିକଣା । କେନ୍ଦୁଝର ଘଟଗାଁ ପରେ ପାରଳାଖେମୁଣ୍ଡି ଓ ସମ୍ବଲପୁର ଜଙ୍ଗଲରେ ନିୟମିତ ଦେଖା ଦେଉଛନ୍ତି ମହାବଳ । ଆନ୍ଧ୍ରରୁ ପାରଳାଖେମୁଣ୍ଡିକୁ ଓ ଛତିଶଗଡ ଅଞ୍ଚଳରୁ ଦେବ୍ରିଗଡକୁ ଆସିଥିବା ମହାବଳ ଏବେ ଆଉ ପୁରୁଣା ସ୍ଥାନକୁ ଫେରି ନ ଥିବା କ୍ୟାମେରା ଟ୍ରାପରୁ ଜଣାପଡିଛି।
ସେପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ରାଜ୍ୟରେ ବାଘ ଗଣନା ଚାଲିଥିବାରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଟ୍ରାପ ଜରିଆରେ ବାଘ ଗତିବିଧି ଉପରେ ନଜର ରଖାଯାଇଛି । କିଛି ସ୍ଥାନରେ ମହାବଳ ଉପସ୍ଥିତି ନଜରକୁ ଆସିଛି । ବାଘ ପଶୁ ଶିକାର କଲେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉଛି । ତେଣୁ ବାଘ ପଶୁ ଶିକାର କରିବା ନେଇ ଭୟଭୀତ ନ ହେବାକୁ ଲୋକଙ୍କୁ ଅପିଲ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର