Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩ ବେଆଇନ ବାଲିବୋଝେଇ ହାଇଓ୍ବା ଜବତ

Ritu Das
Browse all articles by Ritu Das
·2 years ago·1 min read
୩ ବେଆଇନ ବାଲିବୋଝେଇ ହାଇଓ୍ବା ଜବତ

ଅର୍ଗସ ବ୍ୟୁରୋ: ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଛି। ବାଲି  ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ପୋଲିସ, ତହସିଲ ଓ ଖଣି ବିଭାଗ ନିୟମକୁ ବେଖାତିର କରି ଦେଉଛନ୍ତି ପଡୋଶୀ ଝାଡ଼ଖଣ୍ଡର ମାଫିଆମାନେ। 

ସୀମାନ୍ତ ତିରିଂରେ ଆସି ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ସହିତ ଲଘୁ ଖଣିଜ ପଦାର୍ଥକୁ ଲୁଟ କରୁଛନ୍ତି। ସ୍ଥାନୀୟ କୁଜି ରାଜନେତା, ଗ୍ରାମବାସୀଙ୍କୁ କିଛି କିଛି ପ୍ରଲୋଭନ ଦେଖାଇ ଦିନରାତି ବାଲି ଚୋରା ଚାଲାଣ କରୁଛନ୍ତି। ବାଲି ଚୋରା ଚାଲାଣ ଦ୍ଵାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ତିରିଂ ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଓ ତାଙ୍କ  ଟିମ୍ ନୂଆଗାଁ  ଛକରେ ଝାଡଖଣ୍ଡ ଅଞ୍ଚଳର ୩ ଟି  ବେଆଇନ ବାଲି ବୋଝେଇ ହାଇଓ୍ବାକୁ ଜବତ କରିବା ସହ ଏକ ମାମଲା ରୁଜୁ କରି  ଝାଡଖଣ୍ଡ ରାଜ୍ୟର ୩ ଡ୍ରାଇଭର ଚୈତନ୍ୟ ସୋରେନ, ଏବଂ ପଟକା ଥାନା ଅଞ୍ଚଳର ଜୟଦେବ କୁମାର ଦେ  ଓ ରାଜାରାମ ଗୋପଙ୍କୁ କୋର୍ଟ ଚାଲାଣ କରିଛନ୍ତି । ହାଇଓ୍ବା ଧରାପଡ଼ିବା ଜାଣି ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 illigal | Argus News