Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ୟାସ ସିଲିଣ୍ଡର ଫାଟି 3 ଆହତ

Odisha

ଗ୍ୟାସ ସିଲିଣ୍ଡର ଫାଟି 3 ଆହତ

Smruti Parija
Browse all articles by Smruti Parija
·1 year ago
ଗ୍ୟାସ ସିଲିଣ୍ଡର ଫାଟି 3 ଆହତ

ନୟାଗଡ:  ନୟାଗଡ଼ ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ । ଫଳରେ ବିସ୍ଫୋରଣରେ ପୋଡ଼ି  ହୋଇ ଗୋଟିଏ ପରିବାରର 3 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । 

ସୂଚନାନୁଯାୟୀ, ତହସିଲ କାର୍ଯ୍ୟାଳୟର କର୍ମଚାରୀ କୈଳାସ ଚନ୍ଦ୍ର ଦାସଙ୍କ ସରକାରୀ ଭବନରେ ବିଦ୍ୟୁତ୍ ସର୍ଟସର୍କିଟରୁ ଗ୍ୟାସ ସିଲିଣ୍ଡର ନିଆଁ ଲାଗି  ବଡ ବିସ୍ଫୋରଣ ହୋଇଛି । ଏଥିରେ ଘର ଛାତ ଏବଂ ଆଜବେଷ୍ଟ ଉଡ଼ିଯାଇଛି । ରାତିରେ ଶୋଇଥିବାବେଳେ ଟେବୁଲ୍ ଫ୍ୟାନରୁ ସର୍ଟସର୍କିଟ ହୋଇ ନିକଟରେ ଥିବା ଆଲଣାର ଲୁଗାରେ ନିଆଁ ଲାଗିଥିଲା । ପରେ ନିଆଁ ଚାରିଆଡ଼େ ବ୍ୟାପି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟିଥିଲା ।   

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 injured-in-gas cylinder-blast-at-nayagarh | Argus News