Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ 3 ଲକ୍ଷ ଟଙ୍କାର ସୁନା

Odisha

ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ 3 ଲକ୍ଷ ଟଙ୍କାର ସୁନା

Smruti Parija
Browse all articles by Smruti Parija
·2 years ago·1 min read
ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ 3 ଲକ୍ଷ ଟଙ୍କାର ସୁନା

ଭୁବନେଶ୍ୱର: ନୟାନ୍ତ କଲେଣି ଲୁଟେରା । ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ ସୁନା ଓ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାହାଳ ଥାନା ଅନ୍ତର୍ଗତ ଜୟପୁର ଠାରେ । ଜୟପୁର ପ୍ଲଟ ନମ୍ବର ୧୦୧୯/୨୦୬୯ ରେ ଥିବା ଶରତ ମହାନ୍ତିଙ୍କ ଘରୁ ବଡି ଭୋରରୁ ଲୁଟ କରିଛନ୍ତି ଲୁଟେରା । 

ଲୁଟେରା ପର୍ଶୁରାମ ଗିରି ଗିରଫ

ଛାତ ଉପରୁ ଘରକୁ ପଶି ଘର ମାଲିକ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରିଥିଲେ ଲୁଟେରା । ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ଘରେ ଥିବା ଟଙ୍କା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଛନ୍ତି । ଲୁଟେରା ପୂର୍ବରୁ ଠାବ କରିଥିବା ଜାଣିବାକୁ ପାଇଛି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାରମ୍ବାର ରାଜଧାନୀରେ ଏହି ଘଟଣା ସାମନାକୁ ଆସୁଛି । ରାଜଧାନୀର ରହିବାକୁ ଲୋକେ ସୁରକ୍ଷିତ ମଣେ କରୁନାହାନ୍ତି । କେତେବେଳେ ଆପାର୍ଟମେଣ୍ଟରେ ତ କେତେବେଳେ ଘରେ ପଶି ଲୁଟ୍ କରୁଛନ୍ତି ଲୁଟେରା । ସ୍ଥିତି ଏମିତି ହେଲାଣି ଯେ, ଘର ତାଲା ପକାଇ କୁଆଡେ ଯିବାକୁ ଲୋକେ ଭୟ କରୁଛନ୍ତି । 

ଆହୁରି ପଢନ୍ତୁ ଅପରାଧ ଖବର...

Sponsored
3-lakh-loot-in-pahala-bhubaneswar | Argus News