Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩ ମାଓବାଦୀ ମୃତ , ବିପୁଳ ମାଓ ସାମଗ୍ରୀ ଜବତ

Odisha

୩ ମାଓବାଦୀ ମୃତ , ବିପୁଳ ମାଓ ସାମଗ୍ରୀ ଜବତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୩ ମାଓବାଦୀ ମୃତ , ବିପୁଳ ମାଓ ସାମଗ୍ରୀ ଜବତ

ଅର୍ଗସ ବ୍ୟୁରୋ : ସୁରକ୍ଷା ବାହିନୀଙ୍କୁ ବଡ ସଫଳତା। ୧୨୫ ଘଣ୍ଟାର ଅପରେସନ ପରେ ସୁରକ୍ଷା ବାହିନୀଙ୍କୁ ମିଳିଛି ସଫଳତା । ଛତିଶଗଡ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ତିନି ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ୨୫ ଲକ୍ଷ ଟଙ୍କାର ଇନାମି ମାଓ ନେତା ରୂପେଶ ୧୬ ଲକ୍ଷ ଟଙ୍କାର ଇନାମି ମାଓବାଦୀ ଜଗଦୀଶ ଓ ୮ ଲକ୍ଷ ଟଙ୍କାର ଇନାମି ମାଓବାଦ ସଳିତା ।

ଅଧିକ ପଢନ୍ତୁ : ମାଓବାଦୀଙ୍କ ବଡ଼ ଯୋଜନାକୁ ପଣ୍ଡ କଲେ ସୁରକ୍ଷା ବାହିନୀ

ଅବୁଜମାଡ ଜଙ୍ଗଲରେ ୧୨୫ ଘଣ୍ଟା ଧରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଅପରେସନରେ ସାମିଲ୍ ହୋଇଥିଲେ ଏସଟିଏଫ ଡିଆରଜି ଓ ସିଆରପିଏଫ ବାହିନୀ । ଘଟଣା ସ୍ଥଳରୁ ଗୋଟିଏ AK47 ବନ୍ଧୁ‌ ଗୋଟିଏ ଇନସାସ ଦୁଇଟି SLR,  ଦୁଇଟି କାର୍ବାଇନ ଓ ୫ ଟି ଦେଶି ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଘଟଣାରେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ସୁଚନା ଦେଇଛନ୍ତି ନାରାୟଣପୁର ଏସପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
3 Maoists dead, huge Maoist materials seized | Argus News