Videos
|
Odisha

Missing Boys Found / ଟିଉସନ୍ ଯାଇ ଫେରି ନଥିଲେ ୩ ନାବାଳକ; ଜଗତସିଂହପୁରରୁ ଠାବ କଲା ପୋଲିସ

Sushanta Sahoo
Browse all articles by Sushanta Sahoo
·53 mins ago·2 min read
ଟିଉସନ୍ ଯାଇ ଫେରି ନଥିଲେ ୩ ନାବାଳକ; ଜଗତସିଂହପୁରରୁ ଠାବ କଲା ପୋଲିସ
3 Minors Rescued From Jagatsinghpur

Key Points

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୩ ନାବାଳକ ନିଖୋଜ ଘଟଣା
ଜଗତସିଂହପୁର ବାଲିକୁଦାରୁ ଉଦ୍ଧାର ହେଲେ ୩ ନାବାଳକ
ଗତକାଲି ଟିଉସନ୍ ଯାଇ ଫେରି ନଥିଲେ ସନ୍ତୋଷ, ସୋମନାଥ ଓ ବିସ୍ମୟ
ଭୁବନେଶ୍ଵର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ନିଖୋଜ ତିନି ନାବାଳକଙ୍କ ପତ୍ତା ମିଳିଛି । ସେମାନଙ୍କୁ ଜଗସିଂହପୁର ବାଲିକୁଦାରୁ ଉଦ୍ଧାର କରାଯାଇଛି । ସେମାନଙ୍କ ସମ୍ପର୍କୀୟ ଦାଦାଘରୁ ସେମାନଙ୍କୁ ପୋଲିସ ଠାବ କରିଛି । କିନ୍ତୁ କେଉଁ ପରିସ୍ଥିତିରେ ସେମାନେ ଜଗତସିଂହପୁର ଗଲେ ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

ଗତକାଲି ତିନି ନାବାଳକ ବୁଦ୍ଧ ପାର୍କ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା । ରବିବାର ଦିନ ୧୧ଟା ୩୦ରେ ତିନି ନାବାଳକ ସନ୍ତୋଷ, ସୋମନାଥ ଓ ବିସ୍ମୟ ଘରୁ ବାହାରିଥିଲେ । କିନ୍ତୁ, ଅପରାହ୍ଣରେ ଟିଉସନ୍ରୁ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକଙ୍କ ମନରେ ଛନକା ପଶିଥିଲା ।

ଏଥିସହ ପଢ଼ନ୍ତୁ: ଘରୁ ଟିଉସନ୍ ଯାଇ ୩ ନାବାଳକ ନିଖୋଜ; ଦୁଇ ଦିନ ପରେ ବି ମିଳୁନି ପତ୍ତା 

ମାନଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ ପରିବାର ଲୋକେ । ସନ୍ଧାନ ନ ମିଳିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ନାବାଳକଙ୍କୁ ଖୋଜିବାପାଇଁ ପୋଲିସ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିସିଟିଭି ଫୁଟେଜ୍ ଯାଞ୍ଚ ସହ ରେଲୱେ ଷ୍ଟେସନ୍, ଚନ୍ଦ୍ରଶେଖରପୁର ଓ ପଥରଗାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିଲା ପୋଲିସ । ସ୍ମାର୍ଟ ସିଟି କ୍ୟାମେରା ଯାଞ୍ଚ ସହ ଆମ୍ ବସ୍ ଗ୍ରୁପ୍‌ରେ ମଧ୍ୟ ପିଲାଙ୍କ ଫଟୋ ସେୟାର କରାଯାଇଥିଲା ।

୩ ପିଲା ନିଖୋଜ ପରେ ପରିବାରରେ କାନ୍ଦ ବୋବାଳି ପଡ଼ିଥିଲା । ଛୁଆଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଥିଲେ ପରିବାର ଲୋକ । ଆଖିରୁ ଲୁହର ଧାର ଝରି ଆସିବା ସହ ଘରେ ଚୁଲି ଜଳି ନଥିଲା ।

ଏଥିସହ ପଢ଼ନ୍ତୁ: ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥାନ୍ତା ତୈଳବାହୀ ଜାହାଜ; ଏମିତି ବଞ୍ଚାଇଲା ତଟରକ୍ଷୀ ବାହିନୀ 

ଏବେ ଜଗତସିଂହପୁର ବାଲିକୁଦାରୁ ୩ ଛୁଆଙ୍କୁ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ଭିତରେ ତିନି ନାବାଳକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାରୁ କମିଶନରେଟ୍ ପୋଲିସ ଓ ଚନ୍ଦ୍ରଶେଖର ଥାନା ପୋଲିସକୁ ଧନ୍ୟବାଦ ଜଣାଇନ୍ତି ନାବାଳକଙ୍କ ପରିବାର ଲୋକେ ।

Related Topics

Explore more stories