Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରାଜନୈତିକ ପ୍ରତିପକ୍ଷଙ୍କ ଗଡିଲା ମୁଣ୍ଡ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରାଜନୈତିକ ପ୍ରତିପକ୍ଷଙ୍କ ଗଡିଲା ମୁଣ୍ଡ

ଅର୍ଗସ ବ୍ୟୁରୋ:  ବୁଧବାର ରାତି 8 ଟା 30.. ଖଲିକୋଟର କୃଷ୍ଣସରଣ ଗାଁରେ ବିଜେପି ପ୍ରାର୍ଥୀଙ୍କ ସହ ମୋଦିଙ୍କ ପୋଷ୍ଟର ମାରୁଥିଲେ ବିଜେପି କର୍ମୀ  ଦିଲ୍ଲୀପ ପାହାନ। ସ୍ଲୋଗାନ ଦେଉଥିଲେ ନବୀନ ହଟାଅ। ହେଲେ ବିଜେଡି କର୍ମୀଙ୍କ ଦେହରେ ଗଲାନି। ସଂଘବଦ୍ଦ ହୋଇ  20ରୁ ଅଧିକ ବିଜେଡି କର୍ମୀ ଦୀଲ୍ଲୀପ  ଓ ତାଙ୍କ ପରିବାର ଉପରେ କଲେ ମରଣାନ୍ତକ ଆକ୍ରମଣ। ଦୀଲ୍ଲୀପଙ୍କ ଜୀବନ ଗଲା। ବାକି ତିନି ଜଣ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ.। କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ ଦିଲ୍ଲୀପ।  ପରେ ତାଙ୍କୁ ହତ୍ୟା ଧମକ ଦେଇଥିଲେ ବିଜେଡି ନେତା। ଏ ନେଇ ସେ ଥାନାରେ ଅଭିଯୋଗ ବି କରିଥିଲେ।

ଆଜି ସକାଳୁ ଏ ଖବର ବ୍ୟାପିବା ପରେ ଗାଁ ଲୋକେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଖଲ୍ଲିକୋଟ ଥାନା ଘେରାଉ କଲେ। ଉତ୍ତେଜନା ବଢିଲା। ପୋଲିସ ନିୟନ୍ତ୍ରଣ ହରାଇ ଲାଠି ଚାର୍ଜ କଲା। ଗୋଡେଇ ଗୋଡେଇ ଲୋକଙ୍କୁ ପିଟିଲା। ଗାଡି ଭାଙ୍ଗିଲା। ରଣକ୍ଷେତ୍ର ପାଲଟିଲା ଥାନା ପରିସର। ଏପଟେ ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସଂପୃକ୍ତିର ସଂଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ଅଭିଯୋଗ  ଖଲ୍ଲିକୋଟ ରାଣୀଙ୍କ ପୁତୁରା ତଥା ବିଜେଡ଼ି ନେତା ସାକେତ ରାମା ରାଓ  ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦଙ୍କ ସ୍ୱାମୀ ଦୈତାରୀ ବେହେରା ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି। ଅପରାହ୍ନରେ ବିଜେପିର ଏକ ଟିମ ଖଲ୍ଲିକୋଟ ଥାନାକୁ ଯାଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ ବିଜେଡି ନେତାଙ୍କୁ ଗିରଫ ପାଇଁ ଦାବି କରିଛନ୍ତି।

ସମ୍ବିଧାନର ମୁଖବନ୍ଧରେ ଅହିଂସାର ନାରା ଦେଉଛି ବିଜେଡି। ହେଲେ ରାଜରାସ୍ତାରେ ହିଂସା କରୁଛି।  ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ରାଜନୈତିକ ପ୍ରତିପକ୍ଷଙ୍କ ମୁଣ୍ଡ ଗଡାଉଛି। ମୋଦିଙ୍କ ପୋଷ୍ଟର ମାରି ନବୀନ ହଟାଅ କହିବାରୁ  ବିଜେପି କର୍ମୀଙ୍କୁ ହତ୍ୟା କରୁଛି.। ପୂର୍ବରୁ ବି ଅଶାନ୍ତ ଗଂଜାମରେ ରାଜନୈତିକ ପ୍ରତିପକ୍ଷଙ୍କୁ ଦମନ କରିବାକୁ ମୁଣ୍ଡ ଗଡ଼ାଇଛି ବିଜେଡି। ଏବେ ନିର୍ବାଚନର ଠିକ ପୂର୍ବରୁ ବିଜେଡିର ବଡନେତାଙ୍କ ନାଁରେ ହତ୍ୟାକାଣ୍ଡର ସଂଙ୍ଗୀନ ଅଭିଯୋଗ ପରେ ନଜର କି ପଦକ୍ଷେପ ନେଉଛନ୍ତି ବିଜେଡି ମୁଖିଆ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
3 people are struggling with death | Argus News