Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଭାଇ-ଭଉଣୀ, ମାଡି ବସିଲା ପୋଲିସ

Odisha

ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଭାଇ-ଭଉଣୀ, ମାଡି ବସିଲା ପୋଲିସ

Smruti Parija
Browse all articles by Smruti Parija
·2 years ago·1 min read
ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଭାଇ-ଭଉଣୀ, ମାଡି ବସିଲା ପୋଲିସ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା । ପୃଥକ୍ ପୃଥକ୍ ଦୁଇଟି ସ୍ଥାନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି ଦାରିଙ୍ଗବାଡି ପୋଲିସ । ପ୍ରାପ୍ତ ସୂଚନା ପ୍ରକାରେ ଗତକାଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଥାନା ଅଧିକାରୀ  ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପ୍ରଥମେ କିରୁକୁଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାନାଜୁ ଗ୍ରାମ ନିକଟ ନାଳପାଖରୁ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରିବାକୁ  ରଖାଯାଇଥିଲା । ପୋଲିସ ତାହାକୁ ଜବତ କରିଛି ।  

ସେହିଭଳି ବାଲିଗୁଡା ଠାରୁ ବ୍ରାହ୍ମଣୀଗାଁକୁ ଏକ ବାଇକରେ  ୩ କିଲୋ ୫୦୦ ଗ୍ରାମ  ଗଞ୍ଜେଇ ଚୋରା ଚାଲାଣ ବେଳେ ଭାଇ ଭଉଣୀଙ୍କୁ ଆମ୍ବ ଖାଲିଆ ବୁଲାଣିରେ ଧରି କାବୁ କରିଥିଲା ପୋଲିସ ।  ଦୁଇ ଭାଇ ଭଉଣୀ  ତାଜୁଙ୍ଗିଆ ପଞ୍ଚାୟତ ଜାଡ଼ାଙ୍ଗୀ  ଗ୍ରାମର ବୋଲି ଜଣାପଡିଥିବାବେଳେ ଭାଇ ନାବାଳକ ଥିବାବେଳେ ଭଉଣୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନାବାଳକ ସୁଧାର ଗୃହ କୁ ପଠା ଯାଇଛି  । 

ଆହୁରି ପଢନ୍ତୁ ଅପରାଧ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
3-quintal-ganja-seized-in-kandhamal | Argus News