Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଷାକ୍ତ ଛତୁ ଖାଇ ୩ ଗୁରୁତର

Ritu Das
Browse all articles by Ritu Das
·2 years ago
ବିଷାକ୍ତ ଛତୁ ଖାଇ ୩ ଗୁରୁତର

ଅର୍ଗସ ବ୍ୟୁରୋ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁରେ। ଗୁରୁତର ମାନେ ହେଲେ ଲାଦୂର୍ମା ଅଞ୍ଚଳର ଗେରେଗେରେଣ୍ଡି ମଣ୍ଡଳ, ତାଙ୍କ ପୁଅ ତବତୀୟl ମଣ୍ଡଳ ଓ ଝିଅ ପଞ୍ଚମୀ ମଣ୍ଡଳ। ସମସ୍ତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି ଗାଆଁ ଲୋକେ। 

ଆଜି ମଧ୍ୟାହ୍ନରେ ଜଙ୍ଗଲରୁ କିଛି ଛତୁ ଆଣି ରୋଷେଇ କରି ଖାଇଥିଲେ। ଏହାର କିଛି ସମୟ ପରେ ମୁଣ୍ଡ ବୁଲାଇବା ସହ 3 ଜଣ ବାନ୍ତି କରିଥିଲେ। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲକୁ ଅଣାଯାଇଥିଲା। ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 serious by | Argus News