Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାପ କାମୁଡାରେ 3 ଭଉଣୀ ମୃତ, ବାପା ଗୁରୁତର

Smruti Parija
Browse all articles by Smruti Parija
·1 year ago
ସାପ କାମୁଡାରେ 3 ଭଉଣୀ ମୃତ, ବାପା ଗୁରୁତର

ବୌଦ୍ଧ: ସର୍ପ ଦଂଶନରେ 3 ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ବୌଦ୍ଧ ବ୍ଲକ ଟିକରପଡା ପଂଚାୟତ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଚରିଆପାଲୀ ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖାଇପିଇ ଶୋଇଥିବାବେଳେ ଏକ ବିଷଧର ସାପ ତିନି ନାବାଳିକା ଝିଅଙ୍କୁ ଦଂଶନ କରିବା ସହ ତାଙ୍କ ବାପାଙ୍କୁ ମଧ୍ୟ କାମୁଡି ଥିଲା l 

ପରିବାର ଲୋକେ ପ୍ରଥମେ ଗୁଣିଆର ସାହାରା ନେଇ ଝରାଫୁଙ୍କା କରିଥିଲେ । ହେଲେ ଏଥିରେ ଭଲ ନ ହେବାରୁ ବୌଦ୍ଧ ମେଡିକାଲ ନେଇଥିଲେ ଘଟଣା ସ୍ଥଳରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି l ଗୁରୁତର ବାପା ଚରିଆପାଲୀ ଗ୍ରାମର ଶୈଳେନ୍ଦ୍ର ମଳିକ ବୋଲି ଜଣାପଡିଛି । ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 sisters dead in snake bite, father in critical condition | Argus News