ବିଦ୍ୟୁତ ତାର ଲାଗି ୩ ଶ୍ରମିକ ଗୁରୁତର
·2 years ago

କଳାହାଣ୍ଡି :ବିଦ୍ୟୁତ ତାର ଲାଗି ୩ ଶ୍ରମିକ ଗୁରୁତର। ଭବାନୀପାଟଣା ନିକଟସ୍ଥ ପରମାନନ୍ଦ ପୁରରେ ଜଣେ ଡାକ୍ତରଙ୍କ ନୂତନ କୋଠା ନିର୍ମାଣ ଚାଲିଥିବା ବେଳେ ସେଥିରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଶ୍ରମିକ ଗୁରୁତର।
୩ ଜଣ ଶ୍ରମିକ ସଚିନ ଶବର, ଅଲେଖ ଶବର ଏବଂ ନରେନ୍ଦ୍ର ବାଗ ତଳୁ କୋଠା ଉପରକୁ ଲୁହା ରଡ଼ ନେଉଥିବା ବେଳେ ପାଖରେ ଥିବା ଏକ 33KV ତାରରେ ସଂସ୍ପର୍ଶରେ ଆସିଥିଲେ। ତାର ସଂସ୍ପର୍ଶରେ ଆସିଵା ପରେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା, ସେମାନେ ଛିଟିକି ପଡିଥିଲେ। ସାଙ୍ଗରେ କାମ କରୁଥିବା କିଛି ଶ୍ରମିକ ତାଙ୍କୁ ସେଠାରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: