Videos
|
Odisha

ଲୋକଙ୍କ ଦାବି, ନାରାୟଣ ବିରୋଧରେ ଲାଗୁ ହତ୍ୟା ଦଫା

Manini Pattanayak
Browse all articles by Manini Pattanayak
·2 years ago·2 min read
ଲୋକଙ୍କ ଦାବି, ନାରାୟଣ ବିରୋଧରେ ଲାଗୁ ହତ୍ୟା ଦଫା

ଭୁବନେଶ୍ୱର:  304 ଲାଗିଲା କାହିଁକି ଲାଗିଲାନି ଦଫା 302 । ଡଙ୍କାରୀ ବେଆଇନ ବ୍ଲାଷ୍ଟରେ ଯାଇଥିଲା 3 ଶ୍ରମିକଙ୍କ ଜୀବନ । ଲୋକଙ୍କ ଦାବି, ନାରାୟଣ ବିରୋଧରେ ଲାଗୁ ହତ୍ୟା ଦଫା । ପ୍ରଣବ ବଳବନ୍ତରାୟଙ୍କ ଖାସ୍ ନିରଞ୍ଜନଙ୍କ ଭାଇ ନାରାୟଣ । ସେପଟେ ବାଗୁଡିରେ ପଥର ମାଫିଆଙ୍କ ଉତପାତ ଉପରେ ରୋକ । ଆକସନ ମୋଡ଼ରେ ମୋହନ ସରକାର, ଚାଲିଛି ଚଢାଉ  । 
ଧର୍ମଶାଳା ଡଙ୍କାରୀରେ ଚାଲିଥିଲା ପ୍ରଣବ ବଳବନ୍ତରାୟଙ୍କ ଖାସ୍ ମାଫିଆଙ୍କ ରାଜ୍।

ପ୍ରଣବଙ୍କ ରାଇଡହାଣ୍ଟ କୁହଯାଉଥିବା ନିରଞ୍ଜନ ରାଉତଙ୍କ ଭାଇ ନାରାୟଣ ରାଉତକଙ୍କ ଲିଜ୍ ଏରିଆରେ ଗତ ମେ ମାସରେ ଘଟିଥିଲା ଅଘଟଣ। ବେଆଇନ୍ ବ୍ଲାଷ୍ଟି ବେଳେ ପଥର ଧସି ଚାଲିଗଲା 3 ଶ୍ରମିକଙ୍କ ଜୀବନ। ଦୁଇ ଜଣ ଥିଲେ ଓଡ଼ିଶାର। ସେତେବେଳେ ଚୁପ୍ ରହିଲେ ବିଜେଡି ସରକାର। ଏବେ ଖଣି ବିଭାଗର ଏତଲା ପରେ ଲିଜଧାରୀ ନାରାୟଣ ରାଉତ ବିରୋଧରେ ଲାଗିଛି ଦଫା 304, 379, 420। ହେଲେ କାହିଁକି ଦଫା 302 ଲାଗିଲାନି ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ପୁରା ଯାଜପୁର ଖଣି ଉପରେ 3 ପରିବାର କରୁଥିଲେ ରାଜ୍। କଳ୍ପତରୁ ଦାସ-ପ୍ରଣବ ବଳବନ୍ତରାୟ, ଅଶୋକ ଦାସ-ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ଘଡାଇ-ପ୍ରିତୀ ରଂଜନ ଘଡାଇ। ଏମାନଙ୍କୁ ଗତ ନିର୍ବାଚନରେ ଜନତା ଦେଇଛନ୍ତି ଜବାବ।  

ସେପଟେ ସୋର ଏବଂ ବାଗୁଡ଼ି ଥିବା ବିଭିନ୍ନ କ୍ରସର ଉପରେ ଖଣି ବିଭାଗ, ରାଜସ୍ବ ବିଭାଗ,ଜଙ୍ଗଲ ବିଭାଗ ଏବଂ ପୋଲିସ ର ମିଳିତ ଚଢ଼ାଉ l ୮ ଟି କ୍ରସର ରେ ବେଆଇନ ଭାବରେ ଚାଲିଥିଲା ବେଳେ ସେମାନଙ୍କୁ ନୋଟିସ କରାଯାଇଛି । ବାଗୁଡ଼ି ଖଞ୍ଜାମହଲ ରୁ ବେଆଇନ ଭାବରେ କୋଟି କୋଟି ଟଙ୍କା ର କଳା ପଥର ଲୁଟ କରା ଯାଉଥିବା ନେଇ ବାରମ୍ବାର ଖବର ପ୍ରସାରଣ କରିଥିଲା ଅର୍ଗସ l ଏବେ ଆକସନ ମୋଡରେ ମୋହନ ସରକାର । ବିଭିନ୍ନ ଖଣି୍ ଅଂଚଳରେ ଚାଲିଛି ଚଢାଉ ।  ବିଜେଡି ପାଣ୍ଠିର ବଡ଼ ଉତ୍ସ ଥିଲା ଧର୍ମଶାଳା ଓ ବାଗୁଡିର ପଥର ଖଣି। ବିଜେଡି ବିଧାୟକ ଓ ନେତାଙ୍କ ଛତ୍ରଛାୟାରେ ଥିଲେ  ଖଣି ମାଫିଆ। ଏବେ ଆକସନ୍ ଆରମ୍ଭ କରିଛନ୍ତି ମୋହନ ସରକାର।  

  ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: