Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତିରିଶଟିକିଆ ହାତୀପଲ ଗାଆଁ ମୁହାଁ

Ritu Das
Browse all articles by Ritu Das
·2 years ago·1 min read
ତିରିଶଟିକିଆ ହାତୀପଲ ଗାଆଁ ମୁହାଁ

ଅର୍ଗସ ବ୍ୟୁରୋ: ହାତୀପଲ ଏବେ ଗାଆଁ ମୁଁହା। ଗତ କାଲି ଭୋର୍ ସମୟ ରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ତିରିଶ ଟିକିଆ ହାତୀପଲ ଆସି ବାଆଁରା ପଞ୍ଚାୟତର କୂଅମଡ଼ା ଗାଆଁ ଭିତର ଜନ ବସତି ଆଡକୁ ଆସୁଥିବା ବେଳେ ବାଟରେ ହୋଇଥିବା ପରିବା ଓ ଧାନ ଫସଲ ଜମିରେ ପଶି ପରିବା ଫସଲ ଖାଇ ଦଳି ଚକଟି ନଷ୍ଟ କରିଦେଇ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। 

ଗତ କିଛି ଦିନ ତଳେ ଆଠଗଡ଼ ଶୁକାସନ ଜଙ୍ଗଲ ରୁ ଆସିଥିବା ହାତୀପଲ ଏବେ ଚନ୍ଦକା ଅଭୟାରଣ୍ୟରୁ ସନ୍ଧ୍ୟା ହେଲେ ବାଆଁରା, ଭଗିପୂର୍ , କଇଁମୁଣ୍ଡି ଅଞ୍ଚଳ କୁ  ଆସି ବୁଲା ବୁଲି କରି ଧାନ ହେଉ କି ପରିବା ଫସଲ ଖାଇ ପୁଣି ଚନ୍ଦକା ଅଭୟାରଣ୍ୟ କୁ ଫେରି ଜାଉଛନ୍ତି। ତିରିଶ ଟିକିଆ ହାତୀପଲ କୁ ଦେଖି ଲୋକେ ଭୟଭୀତ ହେବା ସହିତ ଫସଲ ନଷ୍ଟ କରୁଥିବାର କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored