Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୩୦ କେଜି ସମ୍ବର ମାଂସ ଜବତ, ୯ଶିକାରୀ ଗିରଫ

Odisha

୩୦ କେଜି ସମ୍ବର ମାଂସ ଜବତ, ୯ଶିକାରୀ ଗିରଫ

Manini Pattanayak
Browse all articles by Manini Pattanayak
·2 years ago·1 min read
୩୦ କେଜି ସମ୍ବର ମାଂସ ଜବତ, ୯ଶିକାରୀ ଗିରଫ

ମୟୂରଭଞ୍ଜ:  ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ପଶିଥିବା ୯ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ପାଖରୁ ୩୦ କେଜି ସମ୍ବର ମାଂସ ଓ ୯ଟି ଦେଶୀବନ୍ଧୁକ ଜବତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ରାତିରେ ଶିମିଳିପାଳର ଜେନାବିଲ ରେଞ୍ଜ ଅଞ୍ଚଳରେ ଉଦଳା ଥାନାର ପାଟଶାଣୀପୁର ଓ କୁଣ୍ଡାବାଇ ପଞ୍ଚାୟତର ଉପରତଳଡିହା, ଜାମଡିହା, ଖାଳିଡିହି ଆଦି ଶିମିଳିପାଳ ସଂଲଗ୍ନ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଶିକାରୀ ବହୁ ସଂଖ୍ୟକ ଦେଶୀଶବନ୍ଧୁକ ସହିତ ଏକସଙ୍ଗେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ପଶିଥିଲେ ।

ତେବେ ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର କର୍ମଚାରୀ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ସହିତ ମିଳିତ ଭାବେ ଚଢାଉ କରିଥିଲେ । ଏଥିରେ ୯ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୯ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି । ଘଟଣା ସ୍ଥଳରୁ ଖସି ପଳାଇଥିବା ଅନ୍ୟ ଶିକାରୀମାନଙ୍କୁ ଗିରଫ ପାଇଁ ତନାଘନା ଜାରିରହିଥିବା ନେଇ ସୂଚନା ଦିଆଯାଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
30 kg Sambar meat seized, 9 hunters arrested | Argus News