Videos
|
Odisha

ପୁଣି ଖାକିରେ ଲାଗିଲା ଦାଗ, କନ୍‌ଷ୍ଟେବଳଙ୍କ ସମେତ ୨ ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଖାକିରେ ଲାଗିଲା ଦାଗ, କନ୍‌ଷ୍ଟେବଳଙ୍କ ସମେତ ୨ ଗିରଫ

ଅର୍ଗସ ବ୍ୟୁରୋ : ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ୩୦ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣେ କନଷ୍ଟେବଳଙ୍କ ସହିତ ଆନ୍ଧ୍ରର ଜଣେ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି ମୋବାଇଲ ଜବତ କରାଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ମୁତାବକ, ପାରଳାଖେମୁଣ୍ଡି ରିଜର୍ଭ ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ତନୁଜ କୁମାର ସାବତ ଓ ବିଶାଖାପାଟଣା ଅଞ୍ଚଳର ବ୍ୟବସାୟୀ ଟି. ନାଗା ରବୀନ୍ଦ୍ରନାଥଙ୍କୁ ୨୦୦୦ଟଙ୍କିଆ ନୋଟ ବଦଳାଇଦେବାକୁ କହିଥିଲେ । ୬୦ଲକ୍ଷ ଟଙ୍କାର ନୋଟ୍‌ ବଦଳାଇଦେଲେ ୩୦ଲକ୍ଷ ଟଙ୍କା ଦେବେ ବୋଲି ରବୀନ୍ଦ୍ରଙ୍କୁ ପ୍ରଲୋଭନ ଦେଖାଇଥିଲେ । 

 

ଏଥିରେ ପ୍ରଲୋଭିତ ହୋଇ ରବୀନ୍ଦ୍ର ପାରଳାଖେମୁଣ୍ଡି ନିକଟସ୍ଥ କେରାଣ୍ଡି ଗ୍ରାମ ନିକଟକୁ ୩୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ ଧରି ଆସିଥିଲେ । ଏହି ସମୟରେ କନଷ୍ଟେବଳ ତନୁଜ ଓ ବିନୋଦ ତାଙ୍କ ହାତରୁ ଟଙ୍କା ବ୍ୟାଗକୁ ଜୋର ଜବରଦସ୍ତ ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ । ଗ୍ରାମର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଧରି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା । ରବୀନ୍ଦ୍ରଙ୍କୁ ପଚରାଉଚରା ପରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିଥିଲା । ରବୀନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।