Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ଗମରେ ଦୁର୍ଦ୍ଦିନରେ 30 ଆଦିବାସୀ ପରିବାର

Odisha

ଦୁର୍ଗମରେ ଦୁର୍ଦ୍ଦିନରେ 30 ଆଦିବାସୀ ପରିବାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ଦୁର୍ଦ୍ଦିନରେ 30 ଆଦିବାସୀ ପରିବାର

ଅର୍ଗସ ବ୍ୟୁରୋ:  ପୀଢି ପରେ ପୀଢି ବଦଳୁଛି । ହେଲେ ବଦଳୁନି ବଞ୍ଚିବାର ଚିତ୍ର । ଆଜି ବି ଅପହଞ୍ଚ ରାସ୍ତା, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା । କେବେ ଉଇଁବ ବିକାଶର ସୂର୍ଯ୍ୟ?। ଚାହିଁ ବସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗାର ଉଡ୍ରାପାଙ୍ଗା, ଟିଟମାହା ଓ କିଲୁପଡ଼ା ଗାଁ । ପ୍ରଶାସନର ଭୁଲ୍ ନକ୍ସା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଉଡ୍ରାପାଙ୍ଗା ଗ୍ରାମବାସୀ । ଦୀର୍ଘ ଦିନର ଦାବି ପରେ ସ୍ଥାୟୀ ପୋଲ ନିର୍ମାଣ ହେଲା, ହେଲେ ନାଳ ଉପରେ ନୁହେଁ ଶୁଖିଲା ସ୍ଥାନରେ । ଫଳରେ ଏବେ ପାଣି ଭିତରେ ପଶି ନିତି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଘଞ୍ଚ ଜଙ୍ଗଲ ଦେଇ ପ୍ରତିଦିନ ଯାତାୟତ କରୁଛନ୍ତି ଟିଟମାହା, କିଲୁପଡ଼ା ଗ୍ରାମବାସୀ । ଗାଁରେ ସ୍କୁଲ ନଥିବାରୁ 3 କିମି ଦୂର ପରମପାଙ୍ଗା ବିଦ୍ୟାଳୟକୁ ନିତି ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ଯାଉଛନ୍ତି ଏହି ତିନି ଗାଁର ଛାତ୍ରଛାତ୍ରୀ ।

ଏହି ଦୁଇ ଗାଁରେ ପାନୀୟ ଜଳର ବି ଘୋର ସମସ୍ୟା । ବସୁଧା ଯୋଜନା ଫେଲ୍ ମାରିଥିବାବେଳେ ନଳକୂପରୁ ବାହାରୁଛି ଗୋଳିଆ ପାଣି । ଗାଁ ମଝିରେ ବହି ଯାଇଥିବା ନାଳ ଭିତରେ ଗାତ ଖୋଳି ଚୂଆ ପାଣି ଭରସାରେ 30 ଆଦିବାସୀ ପରିବାର । ରାତି ପାହିଲେ ବନ୍ୟଜନ୍ତୁଙ୍କୁ ଖାତିର ନକରି ଗରା, ବାଲ୍ଟି କାଖେଇ ପାଣି ଆଣିବାକୁ ଯାଇଥାନ୍ତି । ସେପଟେ ଏ ସଂପର୍କରେ ପଚାରିବାରୁ ବାଲିଗୁଡ଼ା କନିଷ୍ଠ ଯନ୍ତ୍ରୀ କହିଛନ୍ତି, ଖୁବ ଶୀଘ୍ର ସରିବ ରାସ୍ତା କାମ । ଏହାପରେ
ପାଣି ସମସ୍ୟାର ସମାଧାନ ହୋଇଯିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
30 tribal families in rural faces to problem | Argus News