ଝାଡ଼ାବାନ୍ତି ସଂକ୍ରମଣ, ୩୦୦ରୁ ଅଧିକ ଆକ୍ରାନ୍ତ
·2 years ago

ଅର୍ଗସ ବ୍ୟୁରୋ: ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଖାଦ୍ୟ ଖାଇ ଝାଡ଼ାବାନ୍ତିରେ 300 ରୁ ଅଧିକ ଆକ୍ରାନ୍ତ | ବରଗଡ଼ ବ୍ଲକ ଏସ୍. ଡୁମେରପାଲି ଗାଁରେ ଝାଡ଼ାବାନ୍ତି ସଂକ୍ରମଣ । କାର୍ଯ୍ୟକ୍ରମରେ ବାସି ଡାଲି ଦିଆଯାଇଥିଲା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଶହ ଶହ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 6 ଜଣିଆ ମେଡିକାଲ ଟିମ୍ ଆସି ଗାଁରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି । ଡାକ୍ତରୀ ଟିମ୍ ପହଞ୍ଚିବା ପୂର୍ବରୁ ଲୋକେ ନିଜ ଖର୍ଚ୍ଚରେ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଏବେ ଚିକିତ୍ସା ଚାଲିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
