Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ବିବାହିତ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ: ପରେ ୩୧ ଖଣ୍ଡ 

Odisha

 ବିବାହିତ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ: ପରେ ୩୧ ଖଣ୍ଡ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ବିବାହିତ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ: ପରେ ୩୧ ଖଣ୍ଡ 

ନବରଙ୍ଗପୁର: ଯୁବତୀଙ୍କୁ ୩୧ ଖଣ୍ଡ। ତିଲାବତୀ ନାମକ ଯୁବତୀଙ୍କୁ କେହି ୩୧ ଖଣ୍ଡ କରି ପୋତି ଦେଇଥିଲା।  ପୋତା ଯାଇଥିବା ସ୍ଥାନରେ ନିକଟରେ ଥିବା ଗଛ ଏବଂ  ଜମିରେ ରକ୍ତ ଛିଟା ଦେଖି ଏହା ହତ୍ୟା ବୋଲି ଅନୁମାନ କରାଯାଉଛି। ଏପରି ଘଟଣା ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲାରେ।  ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମୁରମଡିହି ଜଙ୍ଗଲରୁ ତିଲାଗଣ୍ଡଙ୍କ ଶବ ଉଦ୍ଧାର କରିଛି ପୋଲିସ୍‌। ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ପୋଲିସ।

ସାଇଣ୍ଟଫିକ ପହଞ୍ଚି ଶବ କୁ ଖୋଳି ବାହାର କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି । ତିଲାବତୀ ଙ୍କର ମୃତ ଶରୀରକୁ ୩୧ ଖଣ୍ଡ କରି ପୋତି ଦିଆ ଯାଇଥିଲା । ଏପଟେ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ଙ୍କୁ ସନ୍ଦେହରେ ଅଟକ ରଖିଛି ରାଇଘର ପୋଲିସ୍। ଚନ୍ଦ୍ର ରାଉତ ପୂର୍ବରୁ ବିବାହିତ କିନ୍ତୁ ମୃତ ତିଲାବତୀ ଗଣ୍ଡଙ୍କ ସହ  ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ପରେ ଚନ୍ଦ୍ର ରାଉତଙ୍କ ଘରେ ଅଶାନ୍ତି ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ତିଲାବତୀ ଙ୍କୁ ରାସ୍ତାରୁ ରୁ ହଟାଇବା ପାଇ ଯୋଜନା କରିବା ସହ ହତ୍ୟା କରି ପୋତି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
31 pieces of love affairs with married men | Argus News