Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଲୁଣ୍ଡା ପୋଲିସ ଦ୍ୱାରା ୩୨ କେଜି ଗଞ୍ଜେଇ ଜବତ, ୫ ଗିରଫ  

Odisha

ଉଲୁଣ୍ଡା ପୋଲିସ ଦ୍ୱାରା ୩୨ କେଜି ଗଞ୍ଜେଇ ଜବତ, ୫ ଗିରଫ  

Manini Pattanayak
Browse all articles by Manini Pattanayak
·2 years ago
ଉଲୁଣ୍ଡା ପୋଲିସ ଦ୍ୱାରା ୩୨ କେଜି ଗଞ୍ଜେଇ ଜବତ, ୫ ଗିରଫ  

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ଦ୍ୱାରା ୩୨ କେଜି ଗଞ୍ଜେଇ ଜବତ, ୫ ଗିରଫ । ଗଞ୍ଜେଇ ଚୋରାଚାଲାଣ ବେଳେ ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହଲି ଛକରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ସହ ୫ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଉଲୁଣ୍ଡା ପୋଲିସ ପାଟ୍ରୋଲିଙ୍ଗ୍ କରୁଥିବା ସମୟରେ ଝାରବାହାଲି ଛକ ଠାରେ ୫ ଜଣ ଯୁବକ ବ୍ୟାଗ୍ ଧରି ବସକୁ ଅପେକ୍ଷା କରିଥିଲେ । ପୋଲିସକୁ ସନ୍ଦେହ ହେବାରୁ ସେଠାରେ ବ୍ୟାଗ୍ ଯାଞ୍ଚ କଲାପରେ ଗଞ୍ଜେଇ ଥିବା ଜାଣି ପାରିଥିଲା । ସଂପୃକ୍ତ ଅଭିଯୁକ୍ତ ମାନେ ଛତିଶଗଡର ବିଲାସପୁର ଜିଲ୍ଲା ମଟିଆରି ଗ୍ରାମର ବାଲ କ୍ରିଷ୍ଣା, ରାମ ବିଳାସ ଶିକାରୀ, ମହେନ୍ଦ୍ର ଶିକାରୀ, ଅଭିଜିତ ମାଲିଆ, ରଘୁନାଥ ମାଳିଆ ବୋଲି ଜଣା ପଡ଼ିଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଉଲୁଣ୍ଡା ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
32 kg of cannabis seized by Ulunda police of Subarnapur district, 5 arrested. | Argus News