Videos
|
Odisha

ସାମ୍ନାକୁ ଆସିଲା କେନ୍ଦୁଝରରେ DMF ଖର୍ଚ୍ଚରେ ବ୍ୟାପକ ଅନିୟମିତତା

Manini Pattanayak
Browse all articles by Manini Pattanayak
·2 years ago·1 min read
ସାମ୍ନାକୁ ଆସିଲା କେନ୍ଦୁଝରରେ DMF ଖର୍ଚ୍ଚରେ ବ୍ୟାପକ ଅନିୟମିତତା

କେନ୍ଦୁଝର : ସାମ୍ନାକୁ ଆସିଲା କେନ୍ଦୁଝରରେ DMF ଖର୍ଚ୍ଚରେ ବ୍ୟାପକ ଅନିୟମିତତା।  ୭ ବର୍ଷରେ ବେଆଇନ ଭାବେ ଖର୍ଚ୍ଚ କରିଦେଇଛନ୍ତି ୩୪ କୋଟି ଟଙ୍କା। ପାଇଖାନା ସଫା, କମ୍ପ୍ୟୁଟର ମରାମତି, ବିଜ୍ଞାପନ, ଗାଡ଼ି ତେଲ ଖର୍ଚ୍ଚ, ଗସ୍ତ ଖର୍ଚ୍ଚ, ଠିକା କର୍ମଚାରୀଙ୍କ ଦରମା ବାବଦକୁ ଖର୍ଚ୍ଚ କରିଦେଇଛନ୍ତି ୩ କୋଟି ୨୦ ଲକ୍ଷ ୪୯ ହଜାରେ ୭୮ ଟଙ୍କା। ଏହି ପରି ଭାବେ କେନ୍ଦୁଝର ଜିଲ୍ଲାରେ ଗତ ୭ ବର୍ଷରେ ବେଆଇନ ଭାବେ ଖର୍ଚ୍ଚ କରିଦେଇଛନ୍ତି ୩୪ କୋଟି ଟଙ୍କା।

ଯେଉଁ ଅର୍ଥ ଖଣି ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନତି ପାଇଁ ଖର୍ଚ୍ଚ କରାଯିବା କଥା ତାହା ବାନିୟମ ଭାବେ ହୋଇଛି ଖର୍ଚ୍ଚ। ଏ କଥା ସାମ୍ନାକୁ ଆସିବା ପରେ ତଦନ୍ତ ଦାବି କରିଛନ୍ତି କେନ୍ଦୁଝରର ସଚେତନ ଜନସାଧାରଣ।  ଡିଏମଏଫର ଏପରି ଅପବ୍ୟବାହରକୁ ନେଇ ସନ୍ଦେହ ଘେରରେ କେନ୍ଦୁଝରର ପୂର୍ବତନ ଜିଲ୍ଲା ପାଳ ଆଶିଷ ଠାକରେ କାରଣ ତାଙ୍କ ସମୟ ରେ ହିଁ ଏହି ବେଆଇନ କାରବାର ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେଇଥିବା ବେଳେ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭରସା ଦେଇଛନ୍ତି କେନ୍ଦୁଝର ସାଂସଦ। 

ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ୨୦୧୫ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବା ଡିଏମଏଫ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ମୋଦି ସରକାର। ଦେଶର ୨୩ ଟି ରାଜ୍ୟର ୬୪୫ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି। ତେବେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏହି ପାଣ୍ଠିକୁ ବେଆଇନ ଭାବେ ଅନ୍ୟାନ୍ୟ ବାଟରେ ଖର୍ଚ୍ଚ କରିଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଏହି ଅଭିଯୋଗ ଆସିବା ପରେ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
34 crores have been spent illegally in 7 years | Argus News