34 Minor Boys Rescued / ଫଲକ୍ନାମାରୁ ୩୪ ସଂଖ୍ୟାଲଘୁ ନାବାଳକ ଉଦ୍ଧାର,ବିହାର ଓ ପଶ୍ଚିମବଙ୍ଗରୁ ଯାଉଥିଲେ ହାଇଦ୍ରାବାଦ.....ବଢୁଛି ସନ୍ଦେହ
·4 months ago·3 min read

Key Points
ଫଲକ୍ନାମାରୁ ୩୪ ସଂଖ୍ୟାଲଘୁ ନାବାଳକ ଉଦ୍ଧାର
ବିହାର ଓ ପଶ୍ଚିମବଙ୍ଗରୁ ଯାଉଥିଲେ ହାଇଦ୍ରାବାଦ
ଅଧିକ ତଦନ୍ତ ଜାରି ରଖିଛି ଜିଆରପି ଓ ଶିଶୁ ମଙ୍ଗଳ କମିଟି

ବ୍ରହ୍ମପୁର, ୧୯/୪: ବ୍ରହ୍ମପୁର ଷ୍ଟେସନ୍ରୁ ଶନିବାର ସନ୍ଧ୍ୟାରେ ସନ୍ଦେହଜନକ ଭାବେ ଯାତ୍ରା କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ୩୮ ଜଣ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ଭିତରେ ୩୪ ନାବାଳକ ଅଛନ୍ତି। ହାୱଡା-ସିକନ୍ଦରାବାଦ ଫଲକ୍ନୁମା ଏକ୍ସପ୍ରେସ୍ରେ ସେମାନେ ଯାତ୍ରା କରୁଥିଲେ। ରେଲୱେ ପ୍ରୋଟେକ୍ସନ୍ ଫୋର୍ସ, ସରକାରୀ ରେଲବାଇ ପୁଲିସ ଓ ଶିଶୁ ମଙ୍ଗଳ ସମିତିର ମିଳିତ ଟିମ୍ ସେମାନଙ୍କୁ ଉଦ୍ଧାର କରି ପଚରାଉଚୁରା କରିଛି। ଉଦ୍ଧାର ହୋଇଥିବା ନାବାଳକ ଓ ସାବାଳକମାନେ ପାଠ ପଢ଼ିବା ପାଇଁ ହାଇଦ୍ରାବାଦ ଯାଉଥିବା କହିଥିବା ବେଳେ ଏ ସଂକ୍ରାନ୍ତୀୟ କୌଣସି ପ୍ରମାଣପତ୍ର କିମ୍ବା ଦସ୍ତାବିଜ ସେମାନଙ୍କ ଠାରୁ ମିଳିନାହିଁ ବୋଲି ଆର୍ପିଏଫ୍ ଇନ୍ସ୍ପେକ୍ଟର ସି.ଭେଙ୍କଟ ରମଣ କହିଛନ୍ତି। ନାବାଳକଙ୍କୁ ସିଡବ୍ଲୁସିର ଜିମା ଦିଆଯାଇଛି ଏବଂ ସାବାଳକମାନେ ଜିଆର୍ପି ହେପାଜତରେ ଥିବା ସେ କହିଛନ୍ତି।
ଆର୍ପିଏଫ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଫଲକନୁମା ଏକ୍ସପ୍ରେସ୍ର ଏସ୍-୩ ଓ ଏସ୍-୪ ବଗିରେ ବହୁସଂଖ୍ୟକ ନାବାଳକ ଯାତ୍ରା କରୁଥିବା ଖୋର୍ଦ୍ଧା ଷ୍ଟେସନ୍ରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ବ୍ରହ୍ମପୁର ଆର୍ପିଏଫ୍, ଜିଆର୍ପି ଓ ସିଡବ୍ଲ୍ୟୁସି ଟିମ୍ ଟ୍ରେନ୍କୁ ଷ୍ଟେସନ୍ରେ ଅପେକ୍ଷା କରିଥିଲେ। ସନ୍ଧ୍ୟା ୬ଟାରୁ ୬.୩୦ ମଧ୍ୟରେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍ରେ ପହଞ୍ଚିଥିଲା। ପୂର୍ବ ସୂଚନା ଅନୁସାରେ ବଗି ଯାଞ୍ଚ ବେଳେ ବିହାରର ଅରରିୟା ଜିଲ୍ଲା କିଶନଗଞ୍ଜ ଗାଁର ୧୯ ନାବାଳକ ଓ ଜଣେ ସାବାଳକ ଏବଂ ପଶ୍ଚିମବଙ୍ଗ ଉତ୍ତର ବିନିରାଜ୍ପୁର ଗାଁର୧୫ ନାବାଳକ ଓ ୩ ସାବାଳକ ଉଦ୍ଧାର ହୋଇଥିଲେ। ସମସ୍ତେ ସଂଖ୍ୟାଲଘୁ ସମ୍ପ୍ରଦାୟର। ବିହାରରୁ ଆସିଥିବା ୨୦ ଜଣ ପ୍ରଥମେ ହାୱଡ଼ା ଆସି ଟ୍ରେନ୍ରେ ବସିଥିବା କୁହାଯାଉଛି। ଅଧୁକାଂଶ ଟ୍ରେନ୍ ପାଇଖାନା ନିକଟରେ ବସି ଯାତ୍ରା କରୁଥିବା ଆର୍ପିଏଫ୍ କହିଛି I କିଷନଗଞ୍ଜର ସମସ୍ତ ପିଲା ହାଇଦ୍ରାବାଦର ମେହବୁବ୍ ନଗର ଏବଂ ବିନିରାଜ୍ପୁର ନାବାଳକମାନେ ହାଇଦ୍ରାବାଦର ଜାହାନୁମାକୁ ଯାଉଥିବା ଆର୍ପିଏଫ୍ ଆଗରେ କହିଥିଲେ। ଉଦ୍ଧାର ଦୁଇ ଜଣ ସାବାଳକ ସେଠାରେ ପଢୁଥିଲେ। ସେମାନେ ଗାଁର ଅନ୍ୟମାନଙ୍କୁ ପଢ଼ିବା ପାଇଁ ହାଇଦ୍ରାବାଦ ନେଇ ଯାଉଥିବା ପଚରାଉଚୁରା ବେଳେ କହିଥୁବା ଆର୍ପିଏଫ୍ ଇନ୍ସ୍ପେକ୍ଟର୍ ଭେଙ୍କଟମଣ ସୂଚନା ଦେଇଛନ୍ତି। ହେଲେ ପାଠ ପଢ଼ା ସଂକ୍ରାନ୍ତୀୟ କୌଣସି ପ୍ରମାଣପତ୍ର ଦେଖାଇବାରେ ବିଫଳ ହୋଇଛନ୍ତି। ଦୀର୍ଘ ସମୟ ପଚରାଉଚୁରା ପରେ ନାବାଳକଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି ଏ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ। ସେହିଭଳି ସାବାଳକଙ୍କୁ ଜିଆର୍ପି ପୁଲିସ୍କୁ ହସ୍ତାନ୍ତର କରାଯାଇ ଅଧୁକ ତଦନ୍ତ ଜାରି ରହିଥିବା ଆର୍ପିଏଫ୍ ଇନ୍ସ୍ପେକ୍ଟର୍ କହିଛନ୍ତି।
ପଢନ୍ତୁ ଏହି ଖବର: କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର, ସନ୍ଦେହରେ ମୌଲାନା !
ଗତ ୧୫ ତାରିଖରେ କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର। ସମସ୍ତ ନାବାଳକଙ୍କୁ ଉଦ୍ଧାର କରିଛି ଆରପିଏଫ ଟିମ ‘ନହ୍ନେ ଫରିସ୍ତେ’ ଅଭିଯାନରେ ଏହି ନାବାଳକମାନଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ସଂଧ୍ୟା ପ୍ରାୟ ସାଢେ ଛଅଟା ବେଳେ କଟକ ରେଳ ଷ୍ଟେସନ୍ର ପ୍ଲାଟଫର୍ମ ନମ୍ବର ୪ରେ ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍ ଅଟକିବା ପରେ ସେଥିରୁ ୫୯ ଜଣ ନାବାଳକ ଏକାଠି ଓହ୍ଲାଇଥିଲେ ଏବଂ ଆରପିଏଫ ଟିମ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ ଏବଂ ସେମାନେ କିଛି ସଠିକ ସୂଚନା ନଦେବାରୁ ତାଙ୍କୁ ତୁରନ୍ତ ଚାଇଲଡ ଲାଇନ୍ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଜେରା ସମୟରେ ଜଣାପଡ଼ିଥିଲା ଯେ ସମସ୍ତେ ବିହାର ଅରାରିଆ ଜିଲ୍ଲାର। ଏହି ନାବାଳକ ମାନେ ଆର୍ଥିକ ଦୁର୍ବଳ ବର୍ଗର। ସେମାନଙ୍କୁ ପ୍ରଥମେ ଅରାରିଆରୁ କଟିହାର ଅଣାଯାଇଥିଲା ଏବଂ ସେଠାରୁ ସେମାନଙ୍କ ଅଞ୍ଚଳର ୪/୫ ଜଣ ବ୍ୟକ୍ତି ହାୱଡା ଆଣିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାର ଜଣେ ମୌଲାନା ସେମାନଙ୍କୁ ହାୱଡାରୁ ଆଣି ଆସିଥିଲେ। ମଦ୍ରାସାରେ ପଢ଼ାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଇଥିଲା। ରଘୁନାଥପୁର, ଚାନ୍ଦପୁରର ମୌଲାନା ସେମାନଙ୍କୁ ଜଗତସିଂହପୁରର ଏକ ମଦ୍ରାସାରେ ରଖି ପଠା ପଢେଇବା ପାଇଁ ଆଣିଥିଲେ ହେଲେ ତାର କିଛି ପ୍ରମାଣ ପତ୍ର ଦେଖାଇ ନପାରିବାରୁ ସମସ୍ତଙ୍କୁ ବାଳାଶ୍ରମରେ ରଖାଯାଇଛି ବୋଲି କଟକ ଆରପିଏଫ ପକ୍ଷରୁ କୁହାଯାଇଥିଲା।
Related Topics
Explore more stories