Minor Boys Rescued / କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର, ସନ୍ଦେହରେ ମୌଲାନା !
·5 months ago·2 min read

Key Points
କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର
ଉଦ୍ଧାର କରିଛି ଆରପିଏଫ ଟିମ
ଓଡ଼ିଶାର ଜଣେ ମୌଲାନା ସେମାନଙ୍କୁ ହାୱଡାରୁ ଆଣି ଆସିଥିଲେ
ମଦ୍ରାସାରେ ପଢ଼ାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଇଥିଲା
ଗୋଟିଏ ସପ୍ତାହ ମଧ୍ୟରେ ଏଭଳି ତିନୋଟି ଘଟଣା ଘଟି ସାରିଲାଣି

କଟକ, ୧୫/୪: କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର। ସମସ୍ତ ନାବାଳକଙ୍କୁ ଉଦ୍ଧାର କରିଛି ଆରପିଏଫ ଟିମ ‘ନହ୍ନେ ଫରିସ୍ତେ’ ଅଭିଯାନରେ ଏହି ନାବାଳକମାନଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି।
ମଙ୍ଗଳବାର ସଂଧ୍ୟା ପ୍ରାୟ ସାଢେ ଛଅଟା ବେଳେ କଟକ ରେଳ ଷ୍ଟେସନ୍ର ପ୍ଲାଟଫର୍ମ ନମ୍ବର ୪ରେ ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍ ଅଟକିବା ପରେ ସେଥିରୁ ୫୯ ଜଣ ନାବାଳକ ଏକାଠି ଓହ୍ଲାଇଥିଲେ ଏବଂ ଆରପିଏଫ ଟିମ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ ଏବଂ ସେମାନେ କିଛି ସଠିକ ସୂଚନା ନଦେବାରୁ ତାଙ୍କୁ ତୁରନ୍ତ ଚାଇଲଡ ଲାଇନ୍ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଜେରା ସମୟରେ ଜଣାପଡ଼ିଥିଲା ଯେ ସମସ୍ତେ ବିହାର ଅରାରିଆ ଜିଲ୍ଲାର। ଏହି ନାବାଳକ ମାନେ ଆର୍ଥିକ ଦୁର୍ବଳ ବର୍ଗର। ସେମାନଙ୍କୁ ପ୍ରଥମେ ଅରାରିଆରୁ କଟିହାର ଅଣାଯାଇଥିଲା ଏବଂ ସେଠାରୁ ସେମାନଙ୍କ ଅଞ୍ଚଳର ୪/୫ ଜଣ ବ୍ୟକ୍ତି ହାୱଡା ଆଣିଥିଲେ।
ଓଡ଼ିଶାର ଜଣେ ମୌଲାନା ସେମାନଙ୍କୁ ହାୱଡାରୁ ଆଣି ଆସିଥିଲେ। ମଦ୍ରାସାରେ ପଢ଼ାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଇଥିଲା। ରଘୁନାଥପୁର, ଚାନ୍ଦପୁରର ମୌଲାନା ସେମାନଙ୍କୁ ଜଗତସିଂହପୁରର ଏକ ମଦ୍ରାସାରେ ରଖି ପଠା ପଢେଇବା ପାଇଁ ଆଣିଥିଲେ ହେଲେ ତାର କିଛି ପ୍ରମାଣ ପତ୍ର ଦେଖାଇ ନପାରିବାରୁ ସମସ୍ତଙ୍କୁ ବାଳାଶ୍ରମରେ ରଖାଯାଇଛି ବୋଲି କଟକ ଆରପିଏଫ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଏହି ଖବର: ସୋସିଆଲ ସାଇଟରେ କଟ୍ଟରବାଦୀ ପୋଷ୍ଟ କରିବା ଥିଲା ମୁଖ୍ୟ ଏଜେଣ୍ଡା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୧୧ ତାରିଖରେ ରେଳବାଇ ସୁରକ୍ଷା ବଳ‘ଅପରେସନ୍ ନନ୍ହେ ଫରିସ୍ତେ’ ଅଭିଯାନ ମାଧ୍ୟମରେ କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ମାଗଣା ଶିକ୍ଷା ଓ ରହିବା ଖାଇବାର ପ୍ରଲୋଭନ ଦେଖାଇ ଏହି ପିଲାମାନଙ୍କୁ ବିହାରରୁ ଓଡ଼ିଶା ଅଣାଯାଇଥିବା ଜଣାପଡ଼ିଥିଲା। ସକାଳ ପ୍ରାୟ ୧୦:୧୫ ସମୟରେ ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ ତାମିଲନାଡୁର ତିରୁଚିରାପଲ୍ଲୀ ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ କଟକ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ସେହି ସମୟରେ ଟ୍ରେନର ପଛ ଆଡ଼କୁ ଥିବା ଏକ ସାଧାରଣ ବଗିରୁ ୧୨ ଜଣ ନାବାଳକ ଓହ୍ଲାଇଥିବା ଆରପିଏଫ୍ କର୍ମଚାରୀମାନେ ଲକ୍ଷ୍ୟ କରିଥିଲେ । ପିଲାମାନଙ୍କ ଗତିବିଧି ସନ୍ଦେହଜନକ ମନେ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ପିଲାମାନେ ବିହାରର ଅରରିଆ ଜିଲ୍ଲାର ବୋଲି ଚିହ୍ନଟ ହୋଇଥିଲେ।
ସେମାନଙ୍କ କହିବା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ଓଡ଼ିଶାରେ ମାଗଣା ମଦ୍ରାସା ଶିକ୍ଷା ସହିତ ରହିବା ଓ ଖାଇବାର ସୁବିଧା ଯୋଗାଇଦେବାକୁ କହି ପ୍ରଲୋଭିତ କରିଥିଲେ । ସେହି ବ୍ୟକ୍ତି ଜଣକ ସେମାନଙ୍କୁ କଟକ ରେଳ ଷ୍ଟେସନରେ ଓହ୍ଲାଇବାକୁ କହିଥିଲେ ଏବଂ ସେଠାରେ ସେମାନଙ୍କୁ ନେବାକୁ କେହି ଜଣେ ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଷ୍ଟେସନରେ ସେହି ପିଲାମାନଙ୍କୁ ନେବା ପାଇଁ କେହି ପହଞ୍ଚି ନଥିଲେ ।
ତେବେ ଏହିଭଳି ଭାବେ ଗୋଟିଏ ସପ୍ତାହ ମଧ୍ୟରେ ତିନୋଟି ଘଟଣା ଘଟି ସାରିଲାଣି । ଯେଉଁଥିରେ କି ବହୁ ସଂଖ୍ୟାରେ ନାବାଳକ କଟକ ରେଳ ଷ୍ଟେସନରେ ଧରା ପଡିଛନ୍ତି।

Related Topics
Explore more stories