Videos
|
Odisha

ଫେବୃଆରୀ ୧ରୁ ଏବେ ସୁଦ୍ଧା ଘୋଷଣା ହେଲାଣି ୩୬ଟି ଯୋଜନା

Smruti Parija
Browse all articles by Smruti Parija
·2 years ago·3 min read
ଫେବୃଆରୀ ୧ରୁ ଏବେ ସୁଦ୍ଧା ଘୋଷଣା ହେଲାଣି ୩୬ଟି ଯୋଜନା

Key Points

- ନିର୍ବାଚନ ପୂର୍ବରୁ ନିଇତି ନୂଆ ଘୋଷଣା ...ନୂଆ ଯୋଜନା
- ଆଜି ଗୋଟିଏ ଦିନରେ ୪ ଘୋଷଣାକୁ ମିଶାଇ ଦେଢ ମାସରେ ହେଲା ୩୬ ଘୋଷଣା
- କେତେବେଳେ ଦରମା ଏକାଥରେ ୬ ଗୁଣ ବୃଦ୍ଧି ତ କେତେବେଳେ ପ୍ରାରଶ୍ରମିକରେ ଡବଲ ଧମାକା 
- ଆଇନଗତ ପ୍ରତିବନ୍ଧକ କଥା ବିଚାର ନକରି ଏନଏସି ଘୋଷଣାକୁ ନେଇ ଉଠିଲା ପ୍ରଶ୍ନ   
- ଅସନ୍ତୋଷକୁ ପ୍ରଶମିତ କରିବାକୁ ନିର୍ବାଚନ ପୂର୍ବରୁ ଯୋଜନା ଓ ଘୋଷଣାର ହେଉଛି କି ବର୍ଷା ?
- ନିର୍ବାଚନ ପୂର୍ବରୁ ଘୋଷଣାର ବର୍ଷା କରିବାରେ ବିଜେଡି ସରକାରର ରହିଛି ପୁରୁଣା ଟ୍ରାକ ରେକର୍ଡ 

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଘୋଷଣା ହୋଇପାରେ ୨୦୨୪ ସାଧାରଣ ନିର୍ବାଚନ ତାରିଖ । କିନ୍ତୁ ତା ପୂର୍ବରୁ ଓଡିଶାରେ ପ୍ରତିଦିନ ଚାଲିଛି ସରକାରଙ୍କ ସାହାଣ ମେଲା ଅଫର୍ । ନୂଆ ନୂଆ ଘୋଷଣା କରି କୋଟି କୋଟି ଟଙ୍କା ବର୍ଷା କରୁଛନ୍ତି ରାଜ୍ୟ ସରକାର । ଫେବୃଆରୀ ୧ରୁ ଏବେ ସୁଦ୍ଧା ଘୋଷଣା ହେଲାଣି ୩୬ଟି ଯୋଜନା । ତେବେ ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀଙ୍କ କିଛି ବଡ ବଡ ଘୋଷଣା ଉପରେ । 

ଫେବୃଆରୀ ୧୦...୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ବିଢିଲା । ରାଜ୍ୟ ସରକାର ଖର୍ଚ୍ଚ କରିବେ ୩ ହଜାର ୬୮୩ କୋଟି ଟଙ୍କା

ଫେବୃଆରୀ ୧୨...୯୫ ଲକ୍ଷ ୯୦ ହଜାର ପରିବାରଙ୍କୁ ରାସନ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା । ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୨୩୭.୭୪ କୋଟି ଟଙ୍କା

ମାର୍ଚ୍ଚ ୧୧...କାଳିଆ ଯୋଜନାରେ ୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟି ଟଙ୍କାର ସହାୟତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୩ ବର୍ଷ ବଢିଲା କାଳିଆ ଯୋଜନା ଅବିଧି । ସରକାର ଖର୍ଚ୍ଚ କରିବେ ୬ ହଜାର ୩୦ କୋଟି ଟଙ୍କା । ଏ ତ କିଛି ଉଦାହରଣ ମାତ୍ର । ଆହୁରି ଅନେକ ଏମିତି ଘୋଷଣା ହୋଇଛି । ଯେଉଁଥି ପାଇଁ ହୋଇ ନାହିଁ ବ୍ୟୟ ବରାଦ ।

ଏଇ ଯେମିତି ଆଉଟ ସୋର୍ସିଂ  କର୍ମଚାରୀଙ୍କ ବଢିଲା ହେଲେ ବଜେଟ ନାହିଁ
ନିର୍ମାଣ ଶ୍ରମିକଙ୍କ ପେନସନ ବଢିଲା ହେଲେ ବ୍ୟୟ ଅଟକଳ ନାହିଁ
ମମତା ରାଶି ଦୁଇଗୁଣ ହେଲା ହେଲେ କେତେ ଖର୍ଚ୍ଚ ହେବ ହିସାବ ନାହିଁ
କଳାକାର ଓ ବୁଣାକାରଙ୍କ ଭତ୍ତା ସହାୟତା ବଢିଲା ହେଲେ ଖର୍ଚ୍ଚ ହିସାବ ନାହିଁ
କୃଷକ ସାଥିଙ୍କ ପାଉଣା ବଢିଲା ହେଲେ ଖର୍ଚ୍ଚ ହିସାବ ନାହିଁ
 

ତେଣୁ ନିର୍ବାଚନ ପରେ ଲୋଭନୀୟ ଘୋଷଣାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ ।  ବିରୋଧୀଙ୍କ ଅଭିଯୋଗ ଭୋଟ ପାଇଁ ଚାଲିଛି ସବୁ ନାଟ ।

ସେହିପରି ୫୭ଟି ନୂଆ ଏନଏସି ଏବଂ ୬ଟି ନୂଆ ମ୍ୟୁନିସିପାଲିଟି ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଘୋଷଣା ହେଉଛି ନୂଆ ଏନଏସି ହେଲେ ପୁରୁଣା ଏନଏସିର ୱାର୍ଡ କୋର୍ଡିନେଟର ମାନେ ୧୫ ମାସ ହେବା ଦରମା ମିଳିନଥିବାରୁ ନବୀନ ନିବାସ ଆଗରେ କଲେ ପ୍ରତିବାଦ । ହେଲେ ଏନଏସି ଘେଷଣା ପରି ଅନେକ ଯୋଜନା ବାସ୍ତବ ରୂପ ନେଇ ରହିଛି ପ୍ରତିବନ୍ଧକ । ପୂର୍ବରୁ ରାଜ୍ୟ ନୂଆ ଏନଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ ଗଠନ ପରେ ସରକାରଙ୍କ ଘୋଷଣା ଆଇନ ଜାଲରେ ଛନ୍ଦି ହେବାର ନଜିର ରହିଛି ।  ରାଉରକେଲା, ସମ୍ବଲପୁର  ମହାନଗର ନିଗମ ଘୋଷଣା ହୋଇଥିଲେ ବି ଆଇନଗତ ଜାଲରେ ଫସି ନିର୍ବାଚନ ହୋଇନି । 

ଗଣ୍ଡା ଗଣ୍ଡା ଘୋଷଣା ଓ ଯୋଜନା ଆରମ୍ଭ ହେଉଛି । କିନ୍ତୁ ସେଗୁଡିକ ନିର୍ବାଚନ ପରେ ଜାରି ରହିବ ତ । ନା ବଜେଟ ନାହିଁ କହି ସରକାର ପୂର୍ବ ନିର୍ବାଚନ ଭଳି କିଛି ଯୋଜନାରେ ତାଲା ପକାଇବେ ।   2019 ପୂର୍ବରୁ ଆରମ୍ଭ ହୋଇଥିବା ବିଜୁ ଯୁବବାହୀନୀ ବନ୍ଦ ହୋଇଥିବା ବେଳେ ବିଜୁ ଗାଁ ଗାଡି ଅଧାରେ ଝୁଣ୍ଟିଛି.. କାଳିଆ ସହାୟତା ରାଶି 10 ହଜାରକୁ କମି 4 ହଜାରକୁ ଆସିଛି...ଆମ ଗାଁ ଆମ ବିକାଶ ପିଠା ବନ୍ଦ ହୋଇଯାଇଛି । 

ଆହୁରି ପଢନ୍ତୁ ରାଜନୀତି ଖବର...