୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆ ଠାରେ ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ମଥୁରାନଗର ବାସୀ ଧନୁଯାତ୍ରା ଉତ୍ସବ କୁ ଉତ୍ସାହ ର ସହ ଅପେକ୍ଷା କରି ଚାହିଁ ରହିଥାନ୍ତି । ଚଳିତ ବର୍ଷ ହାତୀ ପିଠି ରେ ବସି ଉଗ୍ରସେନ ମହାରାଜ ମୁକ୍ତାକାଶ ରଙ୍ଗମଂଚ କୁ ପାତ୍ର,ମନ୍ତ୍ରୀ ଙ୍କ ସହ ପହଞ୍ଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଯାତ୍ରା ଉତ୍ସବ ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବ ରେ ବିଶିଷ୍ଟ କଳାକାର ମନୋଜ ମିଶ୍ର,ବରିଷ୍ଠ ସାମ୍ବାଦିକ ବଲାଙ୍ଗିର ଗୋପାଳ ପ୍ରଧାନ,ବଙ୍ଗୋମୁଣ୍ଡା ପଂଚାୟତ ର ସରପଂଚ ତଥା ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ୨୦ ନଂ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ବଲଧା ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ତଥା ଯୁବନେତା ସଦାନନ୍ଦ ତାଣ୍ଡି ପ୍ରମୁଖ ଅତିଥି ଭାବେ ଥିଲେ ।
ଅଧିକ ପଢନ୍ତୁ : ଜାନୁଆରୀ ୧୫ରୁ ବରଗଡ ଧନୁଯାତ୍ରା, ପୁଣି ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ
ଏହି ରଙ୍ଗମଂଚ ରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା,ସ୍ୱରୁପା ସିଂ ଗୃପ ଇଚ୍ଛାପଡା ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦେବକୀ ବସୁଦେବ ବିବାହ,ଶୂନ୍ୟବାଣୀ,ମହାରାଜ ଉଗ୍ରସେନ ଙ୍କ ଗାଦିଚ୍ୟୁତ,ଦେବକୀ ବସୁଦେବ ଙ୍କ କାରାଗାରବାସ,ଦେବକୀ ଙ୍କ ଶଡ ସନ୍ତାନ ନିଧନ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ହଜାର ହଜାର ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।