Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ୩ୟ ଥର ପାଇଁ ଅଙ୍ଗଦାନ ; ୨ ପାଇଲେ ନୂଆ ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ୩ୟ ଥର ପାଇଁ ଅଙ୍ଗଦାନ ; ୨ ପାଇଲେ ନୂଆ ଜୀବନ

ଅର୍ଗସ ବ୍ୟୁରୋ :  ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ  ତୃତୀୟ ଥର ପାଇଁ ହୋଇଛି ଅଙ୍ଗଦାନ । ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଦୁଇଟି ଅଂଗ ଦୁଇ ଗୁରୁତର ରୋଗୀଙ୍କୁ ଦେଲା ନୂଆ ଜୀବନ  । ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ ସମସ୍ୟା ନେଇ ଗତ ୨୭ ତାରିଖ ଦିନ ରାତିରେ ସମ‌ରେ ଭର୍ତି ହୋଇଥିଲେ। ବ୍ରେନ୍ ଡେଡ୍ ହୋଇଯାଇଥିବା ଖବର ଜାଣି ଅଂଗଦାନ ନିମନ୍ତେ ପରିବାରକୁ ଅନୁରୋଧ କରାଯାଇଥିଲା ।

ଅଧିକ ପଢନ୍ତୁ : ମୃତ ବ୍ୟକ୍ତି ହେଲା ଜୀବିତ , ଅଙ୍ଗଦାନ ବେଳେ ହଠାତ ଖୋଲିଲା ଆଖି

ପରିବାର ଲୋକେ ସମ୍ମତି ପ୍ରଦାନ କରିବା ପରେ ବୁଧବାର ତାଙ୍କ ଶରୀରର ଦୁଇଟି ଅଂଗକୁ ରାଜଧାନୀର ଦୁଇଟି ହସ୍ପିଟାଲ୍‌କୁ ପଠାଯାଇଥିବା କହିଛନ୍ତି ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୋମନାଥ ଜେନା। ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ୨୦୨୩ ଜୁନ୍ ମାସରେ ସମ୍ମରେ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତି ପ୍ରସନ୍‌ଜିତ ମହାନ୍ତିଙ୍କ ଶରୀରରୁ ଏକା ସଂଗେ ୫ ଟି ଅଂଗ ବାହାର କରାଯାଇ କଟକ ସମେତ ରାଜ୍ୟ ବାହାର ନୁଆଦିଲ୍ଲୀ ଓ କୋଲ୍‌କାତାର ହସ୍ପିଟାଲକୁ ମଧ୍ୟ ପଠାଯାଇ ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3rd time organ donation in Sum Ultimate Medicare; 2 got a new life | Argus News