Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ଆସିବେ ୪ ମହାବଳ ବାଘ: ଏନଟିସିଏର ମିଳିଲା ଅନୁମତି

Ritu Das
Browse all articles by Ritu Das
·1 year ago
ସମ୍ବଲପୁର ଆସିବେ ୪ ମହାବଳ ବାଘ: ଏନଟିସିଏର ମିଳିଲା ଅନୁମତି

ଅର୍ଗସ ବ୍ୟୁରୋ: ଦେଶର ଅନ୍ୟ ଚିଡିଆଖାନାରୁ ସମ୍ବଲପୁର ଜୁ ଆସିବେ ୪ ମହାବଳ ବାଘ । ନ୍ୟାସନାଲ ଜୁ ଅଥୋରିଟିର ଅନୁମତି ମିଳିଥିବା ଜଣାପଡିଛି । ଅନ୍ୟପଟେ ଡେବ୍ର୍ରିଗଡକୁ ୩ ମହାବଳ ବାଘ ଆସିବା ନେଇ ମଧ୍ୟ ନ୍ୟାସନାଲ ଟାଇଗର କନଜରଭେସନ ଅଥୋରିଟି ବା ଏନଟିସିଏର ଅନୁମତି ମିଳିଛି । ସେହିପରି ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜି ଆଜି ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଜୁ ରୁ ଡେବ୍ରିଗଡ ଅଭୟାରଣ୍ୟକୁ ୧୧୫ ହରିଣ ସ୍ଥାନାନ୍ତର ହେବେ।

ସେଣ୍ଟ୍ରାଲ ଜୁ ଅଥୋରିଟି ଅନୁମତି ଓ ରାଜ୍ୟ ବଣ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ସୂଚନା କ୍ରମେ ଡେବ୍ରିଗଡ ଅଭୟାରଣ୍ୟକୁ ହରିଣ ସ୍ଥାନାନ୍ତର ଆରମ୍ଭ । ଆଜି ପ୍ରଥମ ଦିନରେ ସକାଳ ୩ଟାରେ ୧୨ ଚିତ୍ରା ହରିଣଙ୍କୁ ସମ୍ବଲପୁର ଜୁ ରୁ ଡେବ୍ରିଗଡ ସ୍ଥାନାନ୍ତର କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ୟ ଯିବେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 Bengal tigers | Argus News