Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ କଠୋରୀରେ ପଢ଼ୁଛନ୍ତି ୪ଟି ଶ୍ରେଣୀର ପିଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଟିଏ କଠୋରୀରେ ପଢ଼ୁଛନ୍ତି ୪ଟି ଶ୍ରେଣୀର ପିଲା

ଅର୍ଗସ ବ୍ୟୁରୋ:  ବୌଦ୍ଧ କଣ୍ଟାମାଳ ବ୍ଲକ ଚାରଭାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ। ସ୍କୁଲର ବାହାର ଚକାଚକ ହୋଇଥିବା ବେଳେ ସ୍କୁଲର ଭିତ୍ତିଭୂମି ଏବଂ କର୍ମଚାରୀଙ୍କ ସମସ୍ୟା ନକହିଲେ ଭଲ। ଶ୍ରେଣୀଗୃହ ଅଭାବରୁ ଏଠାରେ ଗୋଟିଏ କଠୋରୀରେ ପଢ଼ୁଛନ୍ତି 4 ଟି ଶ୍ରେଣୀର ପିଲା  । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି। ଏହି ଦୁଇ ଜଣ ପାଳି କରି ଏଠାରେ ପିଲାଙ୍କୁ ପାଠ ପଢାଉଛନ୍ତି।

ଶ୍ରେଣୀ ଗୃହ ନଥିବାରୁ ପଠାପଢାଇବାରେ ସମସ୍ୟା ସୃଷ୍ଟି ହେଉଛି ସେଭଳି ଶିକ୍ଷକ ନ ଥିବାରୁ ଶିକ୍ଷାଦାନରେ ବାଧା ଶୃଷ୍ଠି ହେଉଛି।  ଏ ନେଇ ଅଭିଭାବକ ମାନେ ଅଭିଯୋଗ କରି ଆସୁଥିବା ବେଳେ ସମସ୍ୟର ସମାଧାନ ନଥିବାରୁ ଅଭିଭାବକଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ l ସ୍କୁଲ ରେ ଶିକ୍ଷକ ବ୍ୟବସ୍ଥା ସହ ପାଠପଢାରେ  ସୁବିଧା ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଅନ୍ୟ ସ୍କୁଲରେ ପାଠପଢିବା ପାଇଁ ଛାଡୁଛନ୍ତି। ପିଲାଙ୍କ ଶିକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରି ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରାଯାଉଥିବା ବେଳେ ରାଜ୍ୟରେ ଏଭଳି ବହୁ ଗାଁ ରହିଛି ଯେଉଁଠି ନା ଅଛି ଶିକ୍ଷା ଵଭିତ୍ତିଭୂମୀ ନା ଅଛନ୍ତି ଶିକ୍ଷକ। ଫଳରେ ଶିକ୍ଷାଲାଭ କରିବାରେ ବିଚ୍ୟୁତ ହେଉଛନ୍ତି ଛାତ୍ରଛାତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 class student read in one room | Argus News