ନାବାଳିକାଙ୍କୁ ହତ୍ୟା ଘଟଣାକୁ 4 ଦିନ ବିତିଲାଣି, ପୋଲିସ ହାତ ଖାଲି

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳରେ ନାବାଳିକାଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା ଘଟଣାକୁ 4 ଦିନ ବିତିଲାଣି । କେବେ ଗିରଫ ହେବେ ଦୋଷୀ ? । ପୋଲିସ୍ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ମୃତ ନାବାଳିକାଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ସହ ଅନ୍ୟ ଜଣେ ସହଯୋଗୀ ଅଟକ । ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟଥିବା ସନ୍ଦେହ କରାଯାଉଛି । ଗତ ଗୁରୁବାର ଟିଉସନ ଯାଇ ଜସ୍ମିନ୍ ଘରକୁ ଫେରିନଥିଲେ । ପରଦିନ ମଙ୍ଗଳପୁର ନିକଟ ରାସ୍ତକଡ଼ ତଇଲାରୁ ଝିଅର ମୃତଦେହ ମିଳିଥିଲା । ଅତି ବିଭତ୍ସ ଭାବେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି । ଦୋଷୀଙ୍କୁ କଠୋର ଦଣ୍ଡ ମିଳୁନଥିବାରୁ ରାଜ୍ୟରେ ଅପରାଧ ବଢୁଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା । ଶନିବାର ରାଜ୍ୟ ବିଜେପିର ଏକ ଉଚ୍ଚ ସ୍ତରୀୟ ଅନୁଧ୍ୟାନକାରୀ ଟିମ୍ ପହଞ୍ଚି ମୃତକଙ୍କ ପରିଜନଙ୍କୁ ଭେଟିବା ସହ ଅଭିଯୁକ୍ତଙ୍କୁ ପୋଲିସ୍ ତୁରନ୍ତ ଗିରଫ ପାଇଁ ଦାବି କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: