Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ଜିଲ୍ଲା ଏସପିଙ୍କୁ ହାଇ ଆଲର୍ଟ କଲା ରାଜ୍ୟ ଗୁଇନ୍ଦା ବିଭାଗ

Jitendra Dash
Browse all articles by Jitendra Dash
·2 years ago·1 min read
୪ ଜିଲ୍ଲା ଏସପିଙ୍କୁ ହାଇ ଆଲର୍ଟ କଲା ରାଜ୍ୟ ଗୁଇନ୍ଦା ବିଭାଗ

ଅର୍ଗସ ବ୍ୟୁରୋ : ଛତିଶଗଡ଼ ଓ ଝାଡଖଣ୍ଡରେ ମାଓ ହିଂସା ପରେ ଓଡ଼ିଶା ସୀମାରେ ଆଲର୍ଟ । ୪ ଜିଲ୍ଲା ଏସପିଙ୍କୁ ଆଲର୍ଟ କରିଛି ରାଜ୍ୟ ଗୁଇନ୍ଦା ବିଭାଗ । ମାଲକାନଗିରି, କୋରାପୁଟ, କେନ୍ଦୁଝର, ସୁନ୍ଦରଗଡ଼ ସୀମାରେ ଆଲର୍ଟ ଜାରି କରାଯାଇଛି । ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାରଖଣ୍ଡର ମନୋହରପୁର ନିକଟ ବିରୁୱାରେ ରେଳଧାରଣା ଉଡାଇ ଦେଇଛନ୍ତି ନକ୍ସଲ୍ । 

ଅଧିକ ପଢନ୍ତୁ : ରେଳଧାରଣା ଉଡାଇଦେଲେ ନକ୍ସଲ

ଫଳରେ ମନୋହରପୁର, ଚକ୍ରଧରପୁର, ରାଉରକେଲା ଷ୍ଟେସନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏବେ ଟ୍ରାକ୍ ମରାମତି କାମ ଚାଲିଛି । ଗତକାଲି ଛତିଶଗଡ଼ର ବିଜାପୁର ଜିଲ୍ଲା ଦୁଗଇଗୁଡା ନିକଟରେ ଦୁଇଟି ଘରୋଇ ବସକୁ ଜାଳି ଦେଇଥିଲେ ମାଓବାଦୀ । ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ବୁଧବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିଲେ ଲାଲ୍ ବାହିନୀ। ନକ୍ସଲଙ୍କ ପକ୍ଷରୁ ଆଜି ଛତିଶଗଡ଼ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ତା’ ପୂର୍ବରୁ ନକ୍ସଲ ଲଙ୍କାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଥିଲେ।

Sponsored
4 district SP has been put on high alert by the state police department | Argus News