ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର 6ଘଣ୍ଟା ମଧ୍ୟରେ ଖୋଲିବ ଶ୍ରୀମନ୍ଦିରର ୪ଦ୍ବାର
·2 years ago

ଅର୍ଗସ ବ୍ୟୁରୋ: ପୂରଣ ହେବାକୁ ଯାଉଛି ଶ୍ରଦ୍ଧାଳୁଙ୍କ ଦାବି । ଆରମ୍ଭ ହୋଇଛି ଚାରିଦ୍ବାର ଖୋଲିବା ପ୍ରକ୍ରିୟା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ବାର ଖୋଲିବାକୁ ଘୋଷଣା କରିଛି ବିଜେପି । ଆସନ୍ତାକାଲି ସନ୍ଧ୍ୟା ୪ଟା ୪୫ରେ ଶପଥ ସମାରୋହ ପରେ ରାତି 11ଟା ସୁଦ୍ଧା ଚାରି ଦ୍ବାର ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହାପୂର୍ବରୁ ଗତକାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଶାସନର ଟିମ୍ । ସେହିପରି ଖୋଲାହେଲା ଏସି ଟନେଲ । ହଟିଲା ବ୍ୟାରିକେଡ୍ । ପୂର୍ବ ନିଷ୍ପତ୍ତି ମୁତାବକ ରଥ ନିର୍ମାଣ ପାଇଁ ଏସି ଟନେଲକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ଏସି ଟନେଲ ଖୋଲା ହେବା ପରେ ବଡ଼ଦାଣ୍ଡର ଅବସ୍ଥା ଅତି ସଙ୍ଗୀନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: