ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ

ପୁରୀ: ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଶ୍ରୀମନ୍ଦିରରେ ଶ୍ରୀଜଉମାନଙ୍କର ହେବ ବନକଲାଗି ନୀତି । ଆସନ୍ତାକାଲି ୦୩ ତାରିଖ ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୪ଟା ଠାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ଗତକାଲି ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ସକାଳୁ ସକାଳୁ ପୁରୀରେ ଅସମ୍ଭାଳ ଭିଡ଼ ମଧ୍ୟ ଦେଖିବାକୁ ମିଳୁଥିଲା । ନୂଆ ଏସି ସେଡରେ ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ବସିବା ପାଇଁ ବେଞ୍ଚର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆକରି ପ୍ରସ୍ତୁତ ହୋଇଥିବା ଏସି ସେଡ଼ରେ ସର୍ଟ ସର୍କିଟ
📱 Get Argus News App
✨