Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ମାରପିଟ୍, ୪ ଆହତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ମାରପିଟ୍, ୪ ଆହତ

ଅର୍ଗସ ବ୍ୟୁରୋ:  ପାଣି ପାଇଁ ମାରପିଟ୍, ଗୋଟିଏ ପରିବାରର ୪ ଆହତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୩ ଠାକୁରାଣୀ ଅଞ୍ଚଳରେ ପାଣି ପାଇଁ ଗଣ୍ଡଗୋଳ। ଓଏମଡିସି କମ୍ପାନୀ ପକ୍ଷରୁ ଠାକୁରାଣୀ ସେଡ଼ିଂ ବସ୍ତି ଅଞ୍ଚଳରେ ଏକ ବୋରୱେଲ ନିର୍ମାଣ କରାଯାଇଛି। ଏହି ବୋରୱେଲରୁ ପ୍ରାୟ ୨୦ ଘରକୁ ପାଇପ୍ ସଂଯୋଗ ହୋଇଛି । ତେବେ ଜଣେ ବ୍ୟକ୍ତି ମୁଖ୍ୟ ପାଇପ୍ ଲାଇନରେ ଏକ ଭଲବ୍ ଲଗାଇବାକୁ ନେଇ ଗଣ୍ଡଗୋଳ ଓ ମାର୍‌ପିଟ ହୋଇଥିଲା । ଏଥିରେ ଲଳନ ଗୁପ୍ତାଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ, ତାଙ୍କ ଯାଆ ଓ ଦୁଇ ଝିଆରୀ ଆହତ ହୋଇଛନ୍ତି । ଲୁହା ରଡ ଓ ବାଡ଼ିରେ ଆକ୍ରମଣ ଯୋଗୁ ଲକ୍ଷ୍ମୀ ଦେବୀଙ୍କ ମୁଣ୍ଡ ଫାଟିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 injured in attack in water issue | Argus News