ଓଲଟିଲା ବସ୍, ୪ ଆହତ
·2 years ago

ଅର୍ଗସ ବ୍ୟୁରୋ: ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେପରୁଆ ଗାଡି ଚାଳନା ପାଇଁ ଏହିଭଳି ଦୁର୍ଘଟଣା ଘଟିଛି । ଯେଉଁଠି ବସ୍ରେ ଥିବା ଡ୍ରାଇଭର ସହ ୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଏ ଦୁର୍ଘଟଣା ଘଟିଛି ।
ବସ୍ଟି ଫୁଲବାଣୀରୁ ଭୁବନେଶ୍ବର ଅଭିମୁଖ ଆସୁଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ବେଗୁନିଆ ବାଘମାରି ପେଟ୍ରୋଲ ପମ୍ପ ସାମ୍ନାରେ ଭାରସାମ୍ୟ ହରାଇ ରାସ୍ତା ପାଖର ଏକ ଖାଲକୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ସମସ୍ତ ଆହତ ସୁସ୍ଥ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: