Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଙ୍କଡ଼ କାମୁଡ଼ାରେ ୪ ଆହତ

Odisha

ମାଙ୍କଡ଼ କାମୁଡ଼ାରେ ୪ ଆହତ

Ritu Das
Browse all articles by Ritu Das
·1 year ago·1 min read
ମାଙ୍କଡ଼ କାମୁଡ଼ାରେ ୪ ଆହତ

ଅର୍ଗସ ବ୍ୟୁରୋ: ଦୀର୍ଘ ଦୁଇ ସପ୍ତାହ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗ୍ରାମରେ ଆତଙ୍କ ସୁଷ୍ଟି କରିଥିବା ହନୁ ମାଙ୍କଡ଼ କାମୁଡ଼ାରେ ୪ ଜଣ  ଗୁରୁତର ହୋଇଛନ୍ତି l ଖବର ପାଇଁ ଗୋପ ବନ ବିଭାଗ ତରଫରୁ ହନୁ ମାଙ୍କଡ଼ ଧାରା ଅଭିଯାନ ଚାଲିଥିବା ବେଳେ ଗତକାଲି ବିଭାଗୀୟ ଯନ୍ତlରେ ପଡି ଗୋଟିଏ ମାଙ୍କଡର ମୃତ୍ୟୁ ଘଟିଥିଲା,ଆଜି ସକାଳୁ ଆଉ ଗୋଟିଏ ମାଙ୍କଡ କୁ ଧରିଛି ବନ ବିଭାଗ । ଯନ୍ତା ରେ ପଡି ମାଙ୍କଡର ମୃତ୍ୟୁ ଘଟିଥିବା ବେଳେ କାହିଁକି ମାଙ୍କଡ଼ ଟି ମୃତ୍ୟୁ ବରଣ କଲା ତାହା ମଧ୍ୟ ସମସ୍ତ ଙ୍କୁ ଚକିତ କରିଛି। 

ମାଙ୍କଡ଼ କାମୁଡ଼ା ଯୋଗୁଁ ମଧ୍ୟ ୩ ଦିନ ଧରି ଗାଁ ସ୍କୁଲ ବନ୍ଦ ରହିଥିବା ବେଳେ ଲୋକମାନେ ଏକାକି ଘରୁ ବାହାରୁ ନାହାଁନ୍ତି । ଏପଟେ ଖାଦ୍ୟ ଅନୁସରଣରେ ଗାଁ ଭିତରେ ପଶୁଛନ୍ତି ମାଙ୍କଡ଼ ପଲ ଏବଂ କୌଣସି କାରଣରୁ ପାଗଳ ହୋଇ ଲୋକ ମାନଙ୍କୁ କାମୁଡୁଛନ୍ତି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି l ମାଙ୍କଡ କାମୁଡ଼ାରେ ଆହତ ହୋଇଥିବା ଗ୍ରାମବାସୀ ଭୁବେନେଶ୍ୱର  ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ଏବେବି ଗ୍ରାମରେ ଭୟରେ ବାତାବରଣ ଦେଖା ଦେଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 injured | Argus News