Videos
|
Odisha

ସ୍ୱାଧୀନତା ଦିବସ ପ୍ୟାରେଡ୍‌ ଚାଲିଥିବା ବେଳେ ୪ଜଣ ଛାତ୍ରୀ ଅସୁସ୍ଥ

Rashmita Mishra
Browse all articles by Rashmita Mishra
·1 year ago
ସ୍ୱାଧୀନତା ଦିବସ ପ୍ୟାରେଡ୍‌ ଚାଲିଥିବା ବେଳେ ୪ଜଣ ଛାତ୍ରୀ ଅସୁସ୍ଥ

ଅର୍ଗସ ବ୍ୟୁରୋ: ୭୮ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ୱାଧୀନତା ଦିବସ ପ୍ୟାରେଡ୍‌ ଚାଲିଥିବା ବେଳେ ୪ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଚାରିଜଣ ଛାତ୍ରୀ ଙ୍କୁ ବେଗୁନିଆ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଘଟଣା ବେଗୁନିଆ ବ୍ଲକ ସ୍ତରୀୟ ସ୍ବାଧୀନତା ପ୍ୟାରେଡ୍‌ ଚାଲିଥିବା ସମୟରେ ଘଟିଛି। 

ଆଜି ବେଗୁନିଆ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ବେଗୁନିଆ ମିନିଷ୍ଟାଡିୟମ୍  ଅନୁଷ୍ଠିତ ହୋଇଥିଲା। ପ୍ୟାରେଡ୍‌ ଚାଲିଥିବା ବେଳେ  ପ୍ରବଳ ଗୁଳୁଗୁଳି ହେଉଥିଲା ।ଗୁଳୁଗୁଳି ଯୋଗୁଁ  ପ୍ୟାରେଡ୍‌ ବେଳେ ହଠାତ୍‌ ୪ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ  ବେଗୁନିଆ ସ୍ଵାସ୍ଥ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଏବେ ଚିକିତ୍ସା ଜାରିରହିଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: