Videos
|
Odisha

ଫେକ୍ ସାର୍ଟିଫିକେଟ୍ ଦେଇ କରୁଛନ୍ତି ଚାକିରି; ରେଗୁଲାର ହୋଇ ନେଉଛନ୍ତି ମୋଟା ଅଙ୍କର ଦରମା

Smruti Parija
Browse all articles by Smruti Parija
·2 years ago·1 min read
ଫେକ୍ ସାର୍ଟିଫିକେଟ୍ ଦେଇ କରୁଛନ୍ତି ଚାକିରି; ରେଗୁଲାର ହୋଇ ନେଉଛନ୍ତି ମୋଟା ଅଙ୍କର ଦରମା

ବରଗଡ: ବରଗଡ଼ ଜିଲ୍ଲାରେ ୪୦ ନକଲି ଶିକ୍ଷକ । ଫେକ୍ ସାର୍ଟିଫିକେଟ୍ ଦେଇ କରୁଛନ୍ତି ଚାକିରି । ଅର୍ଗସ ହାତରେ ଏକ୍ସକ୍ଲୁସିଭ ପ୍ରମାଣ । ନକଲି ସାର୍ଟିଫିକେର୍ଟରେ ଅଯୋଗ୍ୟ ସରକାରୀ ଚାକିରି କରୁଥିବା ଅଭିଯୋଗ ହୋଇଛି । ଅର୍ଗସ ହାତରେ ଲାଗିଛି ରାଜ୍ୟ ଶିକ୍ଷା ବିଭାଗରେ ହୋଇଥିବା ବଡ଼ ସ୍କାମର ପ୍ରମାଣ । 

ପାଖାପାଖି 40 ଜଣ ଶିକ୍ଷକ ହେଉଛନ୍ତି ନକଲି । ଏମାନେ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ବେଳେ ଏବେ ରେଗୁଲାର ହୋଇ ସରକାରଙ୍କ ଠାରୁ ମୋଟା ଦରମା ନେଉଥିବା ଜଣାପଡିଛି ।  ଅନ୍ନାମଲାଇ ୟୁନିଭର୍ସିଟିର ନକଲି ସାର୍ଟିଫିକେଟରେ ଶହ ଶହ ଶିକ୍ଷକ ଚାକିରି କରୁଥିବା ବେଳେ କାହିଁକି ତାଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।
କିଛି ମାସ ପୂର୍ବରୁ ଜିଲ୍ଲା ଶିକ୍ଷାବିଭାଗ ଦୁଇ ନକଲି ଶିକ୍ଷକଙ୍କୁ ଧରି, ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ଅମ୍ବାଭୋନା ବ୍ଲକର ତରଣୀ ସେଠ ଓ ମଙ୍ଗଳ ବିଶ୍ବାଳ ନକଲି ସାର୍ଟିଫିକେଟ୍ ଦେଇ 2005 ମସିହାରେ ଚାକିରି ହାତେଇଥିଲେ । ଧରାପଡ଼ିବା ପରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସବୁଠାରୁ ବଡ଼ କଥା  ଏମାନେ ଅନ୍ନାମଲାଇ ୟୁନିଭର୍ସିଟି ନାଁରେ ଫେକ୍ ସାର୍ଟିଫିକେଟ ତିଆରି କରିଥିଲେ । ଅନ୍ନାମଲାଇ ୟୁନିଭର୍ସିଟିର ନକଲି ସାର୍ଟିଫିକେଟରେ ଶହ ଶହ ଶିକ୍ଷକ ଚାକିରି କରୁଥିବାବେଳେ କାହିଁକି ତାଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉନାହିଁ ଏନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ଗୋଟିଏ ପଟେ ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ଅନ୍ୟପଟେ ଯୋଗ୍ୟ ଆଶାୟୀ ଚାକିରି ନପାଇଁ ହତାସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

40-fake-teacher-found-in-bargarh-district | Argus News