Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ରାଉନସୁଗାର ଜବତ, ଦୁଇ ଗିରଫ 

Odisha

ବ୍ରାଉନସୁଗାର ଜବତ, ଦୁଇ ଗିରଫ 

Smruti Parija
Browse all articles by Smruti Parija
·2 years ago·1 min read
ବ୍ରାଉନସୁଗାର ଜବତ, ଦୁଇ ଗିରଫ 

ନୂଆପଡା: ଭଦ୍ରକ ରୁ ନୂଆପଡ଼ା ଲମ୍ବିଛି ବ୍ରାଉନସୁଗାର ଲିଙ୍କ୍ । 40 ଗ୍ରାମ ବ୍ରାଉନସୁଗାର ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି । କୋମନା ଥାନା କାଣ୍ଡେତରା ଠାରେ ଦୁଇ ଜଣ ଯୁବକ ଠାରୁ ବ୍ରାଉନସୁଗାର ଜବତ କରିଛି ନୂଆପଡ଼ା ଅବକାରୀ ରେଞ୍ଜ ଟିମ୍ । ଦୁଇ ଜଣ ଯୁବକ ଠାରୁ 40 ଗ୍ରାମର ବ୍ରାଉନସୁଗାର ସହ ମାତ୍ରାଧିକ ନିଶା ଔଷଧ ଜବତ ହୋଇଛି ।

ଜବତ ବ୍ରାଉନସୁଗାରର ମୂଲ୍ୟ 4 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ଦେଇଛନ୍ତି ଅବକାରି ଅଧିକାରୀ ।  ଦୁଇ ଜଣ ଅଭିଯୁକ୍ତ ହେଲେ ସତ୍ୟଜିତ ହରପାଳ ଏବଂ ସାଗର ରଞ୍ଜନ ବଳ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରିବା ସହ ଦୁଇ ଜଣକୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଲିଙ୍କ୍ ଭଦ୍ରକ ଜିଲ୍ଲାରୁ ରହିଥିବା ସୂଚନା ମିଳିଛି ।

ନୂଆପଡ଼ା ଜିଲ୍ଲାରେ ବ୍ରାଉନସୁଗାର ଘଟଣା ପ୍ରଥମ ହୋଇଥିବାରୁ ଲୋକେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଅପରାଧ ଖବର...
 

Sponsored
40-gram-brownsugar-seized-two-arrested | Argus News