Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସର୍ଟ ସର୍କିଟରେ ଜଳିଗଲା ୪୦ କ୍ବିଣ୍ଟାଲ ଧାନ

Swayangprajna Mishra
Browse all articles by Swayangprajna Mishra
·1 year ago
ସର୍ଟ ସର୍କିଟରେ ଜଳିଗଲା ୪୦ କ୍ବିଣ୍ଟାଲ ଧାନ

ଅର୍ଗସ ବ୍ୟୁରୋ : ନିଆଁରେ ଜଳିଗଲା ଚାଳିଶ କ୍ବିଣ୍ଟାଲ ଧାନ । ଧାନ ଅମଳ କରି ନିଜ ଖଳାରେ ରଖିଥିଲା ଚାଷୀ, ସର୍ଟ ସର୍କିଟରେ ଜଳିଗଲା ପାଖାପାଖି ୪୦ କୁଇଣ୍ଟାଲ ଧାନ। ବର୍ଷକର ଧାନ ଫସଲ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅନୁଗୋଳ କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ଖେତୀଗାଁରୁ ଆସିଲା ଚିତ୍ର । ଗାଁର ଜମ୍ବେଶ୍ଵର ପ୍ରଧାନ ଧାନ ଫସଲକୁ ଅମଳ କରି ଖଳାରେ ରଖିଥିଲେ। ବିଳମ୍ବିତ ରାତିରେ ହଠାତ୍ ଖଳାରେ ନିଆଁ ଲାଗି ଯାଇଥିଲା।

ଅଧିକ ପଢନ୍ତୁ : ପୁଅ-ବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କ ମୃତ୍ୟୁ

ଦେଖୁ ଦେଖୁ ନିଆଁ ସବୁଆଡେ ବ୍ୟାପି ଯାଇଥିଲା। ପାଖାପାଖି ୪୦ କୁଇଣ୍ଟାଲ ଧାନ ଆଖି ଆଗରେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ସବୁ ପାଉଁଶ ହୋଇଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
40 quintals of grain got burnt in short circuit | Argus News