Videos
|
Odisha

କୋଭିଡ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି : ବିଜେପି 

Manini Pattanayak
Browse all articles by Manini Pattanayak
·2 years ago·1 min read
କୋଭିଡ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି : ବିଜେପି 

ଭୁବନେଶ୍ୱର:  କୋଭିଡ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟରେ ୫୧ ପ୍ରତିଶତ ପିସି ସରକାର ଚାଲିଛି। ସରକାରଙ୍କ ଲୋକାଲ ଫଣ୍ଡ ଅଡିଟରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି।  ୨୦୨୦ରୁ ୨୦୨୨ ରାଜ୍ୟ କରୋନା ସହ ଲଢ଼ୁ ଥିବା ବେଳେ  ଲୁଟ୍ କରୁଥିଲା ବିଜେଡି। ପଞ୍ଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳରେ ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର ୟୁସି ନାହିଁ।

ଦୁର୍ନୀତି ଓ ଅନିୟମିତତା ଯୋଗୁଁ ସବୁ ବ୍ଲକକୁ ୪୦୦ କୋଟି ରୁ ଉର୍ଦ୍ଧ୍ବ ଫାଇନ ପଡ଼ିଛି। ହେଲେ କଲେକ୍ସନ କରୁ ନାହାନ୍ତି ସରକାର। ଭାତ ହାଣ୍ଡିରେ ଗୋଟାଏ ଚିପିଲା ଭଳି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକରେ  ୨ କୋଟି ୬୧ ଲକ୍ଷ ଟଙ୍କା ଅନିୟମିତତା ହୋଇଛି। ଏହା ସହ ଆବାସ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରି ନଥିବା ମଧ୍ୟ ଅଡିଟ ରୁ ଜଣା ପଡ଼ିଛି । ବିଜେଡି ଭ୍ରଷ୍ଟାଚାର ଜନତା ଦଳରେ ପରିଣତ ହୋଇଛି। ଏହାକୁ ନେଇ ତଳ ସ୍ତରକୁ ଯିବ ବିଜେପି ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଏହି ପ୍ରସଙ୍ଗ ନେଇ ଆନ୍ଦୋଳନ କରିବ ଦଳ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
40 thousand crores of corruption in the state during Covid: BJP | Argus News